ସରକାରୀ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁଁହି

Udaya_Labanya | August 24, 2022 | 33 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ଅଭାବନୀୟ ଘଟଣା l
ଜମି ବିବାଦକୁ ନେଇ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ l
ଆଜି ଅପରାହ୍ନ ରେ ପୋଲିସ ପ୍ରଶାସନ ଉପସ୍ଥିତି ରେ ମୁଣ୍ଡାସାହି ଗୋଷ୍ଠୀ ଓ ବlନ୍ଦାପାଙ୍ଗା ଗୋଷ୍ଠୀଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପସ୍ଥିତି ଉପୁଜିଥିଲା l
ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରି ନିୟନ୍ତ୍ରଣ କରିଥିଲା l ଗୋଟିଏ ଗୋଷ୍ଠୀ ଜଙ୍ଗଲ ଜମିରେ ବର୍ଷ ବର୍ଷ ଧରି ପାରମ୍ପରିକ ଚାଷ କରିଆସୁଥିବା ବେଳେ ଅନ୍ୟଗୋଟିଏ ଗୋଷ୍ଠୀ ଉକ୍ତ ଜମିକୁ ହଡପ କରିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା l ଜମି ବିବାଦ ସମାଧାନ କରିବାକୁ ଯାଇଥିବା ବେଳେ ତହସିଲଦାର ଶଶାଙ୍କ ଶେଖର ପାତ୍ର ଙ୍କୁ ଅନ୍ୟଏକ ଗୋଷ୍ଠୀ କୁଆଡେ ଘେରାଉକରି ଦୁର୍ବ୍ୟବହାର କରିଥିବା ଖବର ମିଳିଛି l l ଆଜି ମଧ୍ୟ ସମାନ ପରିସ୍ଥିତି ଉପୁଜି ଦୁଇଗୋଷ୍ଠୀ ଙ୍କ ମଧ୍ୟରେ ବିବାଦ ହୋଇଥିଲା l ସୂଚନା ଯୋଗ୍ୟ ଯେ, ବlନ୍ଦାପାଙ୍ଗା ମୌଜା ରେ ଥିବା ଜଙ୍ଗଲ ଜମି କୁ କିଛି ଜମି ହଡପକାରୀ ସରକାରୀ ଜମିକୁ ହଡ଼ପ କରି ନିଜ ଅକ୍ତିଆର କୁ ନେଇ ବିକ୍ରିବଟା କରିବା ଉଦ୍ଦେଶ୍ୟ ରେ ନିଜ ଅକ୍ତିଆର କୁ ନେବାକୁ କୁଆଡେ ଚେଷ୍ଟା କରୁ ଥି ବାବେଳେ ବାଲିଗୁଡା ମୌଜା ର କିଛି ସରକାରୀ ଜମିକୁ ମଧ୍ୟ କିଛି ଜମି ମାଫିଆ ନିଜ କବଳକୁ ନେଇ ବିକ୍ରୀବଟା କରିଥିବା ଶୁଣିବାକୁ ମିଳୁଛି l ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ସରକାରୀ ଜମି ସରକାରୀ ଖାତାକୁ ଫେରାଇ ଆଣିବା ସହିତ ବର୍ଷ ବର୍ଷ ଧରି ପାରମ୍ପରିକ ଚାଷ କରୁଥିବା ଚାଷୀଙ୍କୁ ସରକାର ଜମି ଯୋଗାଇ ଦେବାକୁ ବିଭିନ୍ନ ମହଲ ରେ ଦାବୀ ହୋଇଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 5 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories