#Breaking News

କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ବୈଠକ ସବୁ ଗ୍ରାମ କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କୁ ଲକ୍ଷ୍ୟ


ଫୁଲବାଣୀ (ସୁନୀଲ ପଟନାୟକ )
ଆଦିବାସୀ ଅଧୁସିତ କନ୍ଧମାଳ ଜିଲ୍ଲା ର ସବୁ ଗ୍ରାମର ଲୋକେ ଯେପରି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇପାରିବେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଥିବା କଥା ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ କହିଥିଲେ lମୁଖ୍ୟ ଅତିଥି ଭାବେ ସଂlସଦ ଡ଼ଃ, ଅଚ୍ୟୁତ ସାମନ୍ତ, ଯୋଗ ଦେଇଥିବା ବେଳେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା, ବିଧାୟକ ଚକ୍ରମଣି କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପାଳ ଆଶିଷ ଈଶ୍ୱର ପାଟିଲ, ପ୍ରକଳ୍ପ ନିର୍ଦେଶକ ଡିଆରଡିଏ, ବିଶ୍ୱରଂଜନ ନାୟକ, ପ୍ରମୁଖ ଯୋଗ ଦେଇ ବର୍ତମାନ ଜିଲାରେ ସ୍ୱାସ୍ଥ୍ୟ ସେବା ରେ ପୂର୍ବାପେକ୍ଷା ଯଥେଷ୍ଟ ସୁଧାର ଆସିଛିl ଜିଲାର ସମସ୍ତ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାଁ ଭାଁ ଗୋଟିଏ ଦୁଇଟି କୁ ଛାଡିଦେଲେ ବାକି ସମସ୍ତ ସ୍ଥାନ ରେ ଡାକ୍ତର ରହି ଅହରହ ସ୍ୱାସ୍ଥ୍ୟ ସେବା
ଯୋଗାଇ ଦିଆ ଯାଉଥିବା କହିବାସହଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ନିଷ୍ଠାଓ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ବିଧାୟକ ବାଲିଗୁଡା ଓ ଜି. ଉଦୟଗିରି ବିଧାୟକ କହିଥିଲେ l
ସେହିପରି ଜିଲାରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବାସହ ରାଷ୍ଟ୍ରିୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ, ଯକ୍ଷ୍ମା, ଲେପ୍ରସୀ,ମ୍ୟାଲେରିଆ, ଏଚ ଆଇ ଭି ମେଣ୍ଟାଲ ହେଲଥ ଆଦି କାର୍ଯ୍ୟକ୍ରମ ରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା କଥା ଜିଲ୍ଲାସ୍ୱାସ୍ଥ୍ୟ ମିଶନ ର ଡିପିଏମ କହିଛନ୍ତି l
ଏହି ଅବସରରେ ଗୋଟିଏ ପ୍ରସବ ଭ୍ୟାନ୍,ଓ ଭ୍ରାମ୍ୟ ମାଣ ଚିକିତ୍ସା ଭ୍ୟାନ ଉଦଘାଟିତ ହୋଇଥିଲା l

ଅଟୋ ଓଲଟିଲା, ୮ ଆହତ

Leave a comment

Your email address will not be published. Required fields are marked *