#Breaking News

କନ୍ଧମାଳ -ଫୁଲବାଣୀ ଓ ବାଲିଗୁଡା ରେ ନଦୀ ରେ ଦୁଇ ଜଣ ଭାସି ଗଲେ


ଫୁଲବାଣୀ (ସୁନୀଲ ପଟନାୟକ )

ବୁଧବାର ନଦୀ ଖଣ୍ଡି ସାହି ଡାକପାଲା କୁ ସଂଯୋଗ କରୁଥିବା ବ୍ରିଜରେ ତିନି ଫୁଟ ପାଣି ଯାଉଥିବା ବେଳେ ଅଚିହ୍ନା ଲୋକ ମଟର ସାଇକେଲ ରେ ବ୍ରିଜ୍ ପାର ହେଉଥିବା ବେଳେ ଆରୋହୀଜଣଙ୍କ ଭାସିଯାଇଥିଲେ l ଖବର ପାଇ ପୋଲିସ ଓ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଏଯାଏ ସନ୍ଧାନ ମିଳିନି କି ବ୍ୟକ୍ତି ଜଣଙ୍କ ପରିଚୟ ମିଳିପାରିନାହିଁ l
ସେହିପରି ବାଲିଗୁଡା ଅଂଚଳ ରେ ଜଣେ ଡଙ୍ଗା ଆଣିବାକୁ ଯାଇ ନଦୀ ସ୍ରୋତ ରେ ଭାସି ଯାଇ ମୃତ୍ଯୁ ବରଣ କରିଥିବା ଜଣାପଡିଛି l
ପୋଲିସ ଦୁଇଟା ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Leave a comment

Your email address will not be published. Required fields are marked *