#Breaking News

ଫିରିଙ୍ଗିଆ ଗୁଳି ମାଡ଼ ଘଟଣାରେ ଚାରି ଗିରଫ


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୁଳିମାଡ଼ ଘଟଣାରେ ଫିରିଙ୍ଗିଆ ପୋଲିସ ଚାରି ଜଣ ଙ୍କୁ ଗିରଫ କରିବାରେ ସଫଳ ହୋଇଛି l ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଙ୍କ ସଠିକ ସମୟରେ ସଠିକ ପଦକ୍ଷେପ ଯୋଗୁଁ ଚବିସ ଘଣ୍ଟା ନ ପୂରୁଣୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇ ଥିଲେ l
ଅଭିଯୁକ୍ତ ମାନେ ହେଲେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସଞ୍ଜୟ ସାହାଣୀ, ସୁନ୍ଦର ସିଂହ ସାହାଣୀ, ସୁମନ କହଁର, ଅକ୍ଷୟ ବେହେରା, l ତେବେ ସୁମନ ଗୁଳି ଚାଳନା କରିଥିବା ଥାନା ଅଧିକାରୀ ରାଓ କହିଛନ୍ତି l
ସୂଚନା ଯୋଗ୍ୟ ଯେ, ବଳଦ କିଣିବା ନେଇ ଅର୍ଥ ଦେଣ ନେଣ କୁ ନେଇ ଗୁଳି ଚାଳନା ହୋଇଥିବା କୁହାଯାଉଛି l
ଡ଼ିମିରିଗୁଡା ପଂଚାୟତ ଶ୍ରୀପଲା ଗ୍ରାମର ସଞ୍ଜୟ ସାହାଣୀ ବିଲୁ ପଦର ଗ୍ରାମ ର ମହେଶ୍ୱର ସାହାଣୀ ଙ୍କ ଠାରୁ ଦୁଇଟି ବଳଦ ଦଶ ହଜାର ରେ କିଣିଥିଲେ l ହେଲେ ସଞ୍ଜୟ ୨ ହଜାର ଟଙ୍କା ଦେଇ ଆଉ ବଳକା ଟଙ୍କା ଦେଇନଥିଲେ l
ଫଳରେ ଦୁହିଁଙ୍କ ମଧ୍ୟରେନିକଟରେ ବଚସା ହୋଇଥିଲା ଓ ମହେଶ୍ୱର ସଞ୍ଜୟଙ୍କ ମୋପେଡ଼ ଗାଡି କୁ ଛଡାଇ ନେଇଯାଇଥିଲେ lଫଳରେ ସଞ୍ଜୟ ତିନିଜଣ ସାଙ୍ଗ ଙ୍କୁ ନେଇ ମହେଶ୍ୱର ଙ୍କ ଘରକୁ ଯାଇ ମହେଶ୍ୱର ଙ୍କୁ ଗୁଳି ମାଡ଼ କରିବା ବେଳେ ମହେଶ୍ୱର ଜାଣି ପାରି ଘର ଭିତରକୁ ପଳାଇଥିଲେ ଆଉ ଘର ସାମ୍ନାରେ ବସିଥିବା ମହେଶ୍ବର ଙ୍କ ଭଉଣୀ ପ୍ରଭାସିନୀ ଓ ଦଶ ବର୍ଷ ର ପୁଅ ସଭାଜନ ଦେହରେ ଗୁଳି ବାଜିଥିଲା l ଓ ଦୁହେଁ ଗୁରୁତର ଆହତ ହୋଇଥିଲେ lସେମାନେ ଏବେ ବ୍ରହ୍ମପୁର ରେ ଚିକିତ୍ସିତ ହେଉଛନ୍ତି lଏ ନେଇ 124/22ରେ ମାମଲା ରୁଜୁ ହୋଇଛି l

Leave a comment

Your email address will not be published. Required fields are marked *