#Breaking News

ଡମ୍ଫର ଧକ୍କା ରେ ପାଞ୍ଚ ଅଟୋ ଯାତ୍ରୀ ଗୁରୁତର I ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ


ଫୁଲବାଣୀ ( ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ବନ୍ଧଗଡ଼ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ଓଟୋ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି I ପ୍ରକାଶ ଯେ, ବନ୍ଧଗଡ଼ ଗାଁ ନିକଟସ୍ତ ବାଲିକ୍ଷେତ ନିକଟରେ ଏଆରଏସଏସ ନାମକ ଏକ ଠିକା ସଂସ୍ଥା ର ଡମ୍ଫର ବାନ୍ଧଗଡ଼ ରୁ ସାରଙ୍ଗ ଗଡ଼ ଯାଉଥିବା ଏକ ଅଟୋକୁ ଧକ୍କା ଦେବା ସହ ସାମନା ପଟୁ ଆସୁଥିବା ତ୍ରିଶକ୍ତି ନାମକ ଏକ ଠିକା ସଂସ୍ଥା ର ଡମ୍ଫର କୁ ମଧ୍ୟ ଧକ୍କା ଦେଇଥିଲା ଫଳରେ ଡମ୍ଫର ଧକ୍କା ରେ ସମ୍ପୃକ୍ତ ଅ ଟୋ ରିକ୍ସା ଟି ପ୍ରାୟ କୋଡିଏ ଫୁଟ ଦୁରକୁ ଛିଟିକି ପଡ଼ିଥିବା ବେଳେ ଅଟୋରେ ଥିବା ଜଣେ ମହିଳା ଙ୍କ ସହ ପାଞ୍ଚ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି I ଗୁରୁତର ଆହତ ମାନଙ୍କ ମଧ୍ୟରେ ଚାରି ଜଣ ବନ୍ଧଗଡ଼ ଗାଁ ର ପ୍ରଦୀପ ବିନ୍ଧାଣି, ସତ୍ୟବାନ ବିନ୍ଧାଣି, ସତ୍ୟନାରାୟଣ ବିନ୍ଧାଣି, ମମତା ବିନ୍ଧାଣି ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟଜଣେ କୁତିବାରୀ ଗାଁ ର ଶାନ୍ତିପାଣି ପ୍ରଧାନ ବୋଲି ଜଣାପଡିଛି I ଆହତ ମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଫିରିଙ୍ଗିଆ ମେଡ଼ିକାଲ ରେ ଭର୍ତି କରାଯାଇଥିଲା l ତେବେ ଅବସ୍ଥା ଗୁରୁତର ହେବାରୁ ଟିମ ହ୍ୟୁମାନୀଟି ସଦସ୍ୟ ସଞ୍ଜୟ ଡିଗାଲ, ଅଜିତ କୁମାର ସାହୁ ଓ ମିଥୁନ ଙ୍କ ସହାୟତାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି I ଅନ୍ୟାପଟେ ଆହତ ମାନଙ୍କୁ କ୍ଷତି ପୂରଣ ଓ ସ୍ଥାନୀୟ ଅଂଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ରାସ୍ତା ଉପରେ ହମ୍ସ ନିର୍ମାଣ ପାଇଁ ଦାବୀ କରି ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି I ଯାହାଫଳରେ ରାସ୍ତାରେ ଦୀର୍ଘ ସମୟ ଧରି ଶତାଧିକ ଗାଡି ଅଟକି ରହିଛି I ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନାଧିକାରୀ ପି ଶ୍ୟାମସୁନ୍ଦର ରାଓ ଙ୍କ ସହ ତାଙ୍କ ଟିମ ଓ ଅତିରିକ୍ତ ତହସିଲଦାର ତପନ ମଲ୍ଲିକ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକ ବର୍ତମାନ ଯାଏ ତାଙ୍କ ଜିଦରେ ଅଟଳ ରହିଛନ୍ତି I

Leave a comment

Your email address will not be published. Required fields are marked *