#Breaking News

ଶବ ରଖି ଜିଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ


ଫୁଲବାଣୀ (ସୁନୀଲ ପଟନାୟକ )
ଶୁକ୍ରବାର ଶବ ରଖି ଉତ୍ୟକ୍ତ ଲୋକଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉl
ଫୁଲବାଣୀ ପିଲା ସାଲୁଙ୍କି ନଦୀର ବନ୍ୟା ଜଳ ର ପ୍ରଖର ସ୍ରୋତରେ ଡାକପାଲା ବ୍ରିଜ ରୁ ବାଇକ ଆରୋହୀ ତାପସ ରଞ୍ଜନ ଘଟାଲ ଗତ ବୁଧବାର ସନ୍ଧ୍ୟା ରେ ବାଇକ ସହ ଭାସି ଯାଇଥିଲେ l ଦିନକ ପରେ ମୃତଦେହ ଉଦ୍ଧାର ୧ ୨ କିମି ଦୂର ଡକା ଙ୍ଗି ଠାରେ ନଦୀ ତଟରୁ ଉଦ୍ଧାର କରାଯାଇଥିଲା l
ଡାକପା ଲା ବ୍ରିଜ ସଂକୀର୍ଣ୍ଣ ଓ କମ ଉଚ୍ଚା ହୋଇଥିବା ଫଳରେ କମ ବର୍ଷା ହେଲେ ମଧ୍ୟ ବ୍ରିଜଉପରେ ପାଣି ଯାଉଛି lଫଳରେ ବ୍ରିଜ ଆରପଟେ ରହୁଥିବା ମୁ ନିସିପାଲିଟି ର ୨ ନମ୍ବର ୱାର୍ଡ ର ଶତାଧିକ ଲୋକ ଯିବା ଆସିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l
ବିଭିନ ସମୟରେ ବନ୍ୟା ଜଳରେ ଲୋକେ ଭାସିଯାଇ ମୃତ୍ୟୁ ବରଣ କରୁଛନ୍ତି ଓ ଦୁର୍ଘଟଣା ବି ହେଉଛି l
ଫଳରେ ସେଠାରେ ଉଚ୍ଚା ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ଲୋକେ l
ତା ସାଙ୍ଗକୁ ମୃତକ ଙ୍କ ପରିବାର କୁ ଉପଯୁକ୍ତ କ୍ଷତି ପୂରଣ ମଧ୍ୟ ଦାବିକରିଛନ୍ତି ଲୋକେ l
ଏହି ଦୁଇ ଦଫା ଦାବି ନେଇ କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଡାକପାଲା ଗ୍ରାମବାସୀl
ପ୍ରଶାସନ ଓ ପୋଲିସ ପହଂଚି ବୁଝାସୁଝା କରୁଛି l

Leave a comment

Your email address will not be published. Required fields are marked *