#Breaking News

ଜି. ଉଦୟଗିରି ଥାନା ଏସ ଆଇ ଙ୍କ ଆତ୍ମହତ୍ୟା


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ସବ -ଇନ୍ସ ପେକଟର ସାଗରିକା ବେହେରା ଶୁକ୍ରବାର ରାତିରେ ନିଜ ସରକାରୀ ବାସଭବନ ରେ ସିଲିଂ ଫ୍ୟାନ ରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି lଆତ୍ମହତ୍ୟା ର କାରଣ ଜଣାପଡିନାହିଁ l ତେବେ, ସେ ଗଲା କିଛି ଦିନ ହେଲା ମାନସିକ ଚାପ ରେ ଥିବା ଅନୁମାନ କରାଯାଉଥିଲା lତାଙ୍କ ଘର ଖୋର୍ଦ୍ଧା ଅଂଚଳ ରେ ବୋଲି ଜଣାପଡିଛି l
ଖବରପାଇ ପୋଲିସ ଏସ୍ଡ଼ିପିଓ ଓ ଅନ୍ୟମାନେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁ ଛନ୍ତି l
ସାଗରିକା ଅବିବାହିତ ଥିଲେ ହେଲେ ଜଣେ ସଚୋଟଓ ନିର୍ଭିକ ପୋଲିସ ଅଫିସର ଭାବେ ବେଶ ଜଣା ଶୁଣା ଥିଲେ l
ସାଗରିକା ଙ୍କ ମୃତ୍ଯୁ ଖବର ଶୁଣିବା ପରେ ପୋଲିସ ଅଫିସର ଙ୍କ ମହଲ ରେ ଶୋକର ଛାୟା ଖେଳିଯାଇଛି l

Leave a comment

Your email address will not be published. Required fields are marked *