ଜି.ଉଦୟଗିରିର ଗାନ୍ଧୀ ଛକରେ ଆଲୋକ ଆସିବ କେବେ ?

Udaya_Labanya | September 2, 2022 | 16 views |0 | Breaking News


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଗାନ୍ଧୀ ଛକ ଆଜିକୁ ୧୨ ଦିନରୁ ଊର୍ଦ୍ଧ୍ବ ହେବ ଅନ୍ଧାରରେ ଅଛି । ଏ ସମ୍ପର୍କରେ ପରିଷଦରେ ଅଭିଯୋଗ ହୋଇଥିଲେ ମଧ୍ୟ ୧୨ଦିନରୁ ଅଧିକ ହେବ ଅନ୍ଧାରରେ ଅଛି। ବିବରଣୀରୁ ପ୍ରକାଶ ଯେ, ଗାନ୍ଧୀ ଛକରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିର ନବୀକରଣ ପାଇଁ ପୁରୁଣା ଲୁହାବାଡ଼କୁ ହଟାଇବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଖ୍ୟ ଗାନ୍ଧୀ ଛକ ଅନ୍ଧାରରେ ଥିବା ବେଳେ ଗତ ସ୍ୱାୟତ୍ତ ଶାସନ ଦିବସରେ ପରିଷଦର ବିକାଶ ପାଇଁ ଜନସାଧାରଣଙ୍କୁ ଠିକ୍ ସମୟରେ ଦେୟ ପୈଠ କରି ସହଯୋଗର ହାତ ବଢ଼ାଇବାକୁ ଅଧ୍ୟକ୍ଷା ନିବେଦନ କରିଥିଲେ। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ନିଜେ ନିଜକୁ ଶାସନ କରିବା ଅଥବା କ୍ଷମତାର ବିକେନ୍ଦ୍ରୀକରଣ କଥାର କାର୍ଯ୍ୟକାରୀତା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ପ୍ରକାଶ ଥାଉକି, ଭଞ୍ଜ ମାର୍କେଟ କମ୍ପ୍ଲେକ୍ସଠାରେ ଥିବା ଆଞ୍ଚଳିକ ସୂଚନା ଫଳକ ଆଚରଣ ବିଧି ଉଲ୍ଲଙ୍ଘନରୁ ମୁକୁଳି ପାରିନାହିଁ। ଫଳରେ ସୂଚନା ପାଇବାରୁ ଜନସାଧାରଣ ବଞ୍ଚିତ ହେଉଛନ୍ତି। ପରିଷଦ କେବେ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି କେବେ ସମାଧାନ କରୁଛି ଦେଖିବାକୁ ବାକି ରହିଲା।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories