#Breaking News

ସଲାଗୁଡ଼ା ପ୍ରାଥମିକ ସ୍କୁଲ ମନ ଇଚ୍ଛା ଆସୁଛନ୍ତି ଶିକ୍ଷକ, ପାଠପଢା ସୁନ


ଫୁଲବାଣୀ (ଉଳାପ୍ର )
ସରକାର ପ୍ରାଥମିକ ଶିକ୍ଷା ର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଦୁର୍ନିତୀ ଗ୍ରସ୍ତ ଶିକ୍ଷକ, ପ୍ରଧାନ ଶିକ୍ଷକ ମାନଙ୍କ ଯୋଗୁଁ ଶିକ୍ଷା ର ଆଶାନୁ ରୁପ ବିକାଶ ସମ୍ଭବ ହୋଇପାରୁନି l
ଦୁର୍ଗମ ଅଂଚଳ ରେ ଥିବା ପ୍ରାଥମିକ ସ୍କୁଲ ଗୁଡିକୁ ପ୍ରଧାନଶିକ୍ଷକ ଓ ଶିକ୍ଷକ ନିୟମିତଯାଉନଥିବାଅଭିଯୋଗ
ହେଉଛି l ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟ ସଲାଗୁଡ଼ା ପ୍ରାଥମିକ ସ୍କୁଲ ରୁ l ଏଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେଏଠାରେ ଅବସ୍ଥାପିତ ପ୍ରଧାନ ଶିକ୍ଷକ କୁଆଡେ ନିୟମିତ ସ୍କୁଲ ଆସୁନାହା ନ୍ତି lନିଜ ମର୍ଜୀ ରେ ସ୍କୁଲ ଆସୁଥିବା ଓ ଯାଉଥିବା କଥା ଛାତ୍ର ଛାତ୍ରୀ ଅବିଭାବକମାନେ ଅଭିଯୋଗ କରିଛନ୍ତି l
ସେହିପରି ପିଲାଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ପିଲାମାନେ ଅଭିଯୋଗକରିଛନ୍ତି l
ସେହିପରି ବହିପତ୍ର ଠିକ ସମୟରେ ନ ମିଳିବା ଫଳରେ ପିଲାଏ ପାଠପଢିପାରୁନାହାନ୍ତି l
ପୋଷାକବୁଟ ଆଦି ମଧ୍ୟ ନିମ୍ନ ମାନରଦିଆଯାଉଥିବା ଅଭିଯୋଗ ହେଉଛି l
ଏ ନେଇ ଅଭିଯୋଗ କଲେବି ଫଳ ଶୂନ l ନିକଟରେ ଅଭିଯୋଗ ପାଇ କିଛି ଗଣ ମାଧ୍ୟମ ପ୍ରତିନିଧି ବିଦ୍ୟାଳୟ କୁ ଯାଇ ପଚରା ଉଚରା କରିବାକୁ ଯାଇଥିବା ବେଳେ ବହୁ ଅଭିଯୋଗ ସାମନା କୁ ଆସିଥିଲା l
ଏହି ବିଦ୍ୟାଳୟ ରେ ଚାଲିଥିବା ଦୁର୍ନିତୀ, ଅନିୟମିତତା ର ତଦନ୍ତ କରି କାର୍ଯ୍ୟlନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l
ଏ ସମ୍ପର୍କରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଙ୍କ ମତାମତ ମିଳିପାରିନାହିଁ l

Leave a comment

Your email address will not be published. Required fields are marked *