#Breaking News

ଫୁଲବାଣୀ ଚା ବିକାଳୀ ପୁଅ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ,ଖୁସିର ଲହରୀ


ଫୁଲବାଣୀ(ସୁନୀଲ ପଟନାୟକ )
ଦୃଢ ଇଚ୍ଛା ଶକ୍ତି, କଠିନ ପରିଶ୍ରମ, ଆଗ୍ରହ ଯେକୌଣସି ବ୍ୟକ୍ତିକୁ ସଫଳତା ଆଣିଦେଇଥାଏ l

ସେହିପରି ଫୁଲବାଣୀସହର ର ଗୋଟଏ ଚା ଦୋକାନୀ ର ପୁଅ ନିଟ୍ ସର୍ବ ଭାରତୀୟ ସ୍ତରରେ ନିଟ ଏଣ୍ଟ୍ରାନସ ପରୀକ୍ଷାରେଭଲ ନମ୍ବର ରଖି କୃତ କାର୍ଯ୍ୟ ହୋଇଛନ୍ତି l
ଫୁଲବାଣୀର କଣ୍ଟ୍ରାକ୍ଟର ପଡ଼l ର ବାସୀନ୍ଦା ଶିବ ଶଙ୍କର ବେହେରା ଙ୍କ ବଡ଼ ପୁଅ ସୂରଜ ମୋଟ ୬୩୫ ନମ୍ବରରଖି ୮୬୫ନମ୍ବର
ରେଙ୍କ ରଖିଛନ୍ତି l ସୁରଜ ଙ୍କ
ବାପା ମେଡିକାଲ ଛକରେ ଚା ଦୋକାନ କରି ନିଜ ପରିବାର ପୋଷନ୍ତି l ବାପାର ଇଚ୍ଛା ରହିଥିଲା ପୁଅ ଡାକ୍ତର ହୋଇ ରୋଗୀ ସେବା କରୁ l ଆର୍ଥିକ ଅଭାବ ସ୍ୱତେ ସୂରଜ ନିଜ ଲକ୍ଷ୍ୟ ହାସଲ କରିଛନ୍ତି l ନିଟ୍ ଏଣ୍ଟ୍ରାନ୍ସ ପାଞ୍ଚଥର ଦେଇ ବିଫଳ ହୋଇ ଶେଷରେ ସୁରଜ ଲକ୍ଷ୍ୟ ହାସଲ କରିଛନ୍ତି lଦୃଢ଼ ମନୋବଳ ହିଁ ତାଙ୍କୁଏହି ସଫଳତା ଆଣି ଦେଇଥିବା କହିଛନ୍ତି ସୁରଜ l
ପୁଅର କୃତକାର୍ଯ୍ୟରେ ବାପା ଶିବ ଶଙ୍କର ବେହେରା ଓ ପରିବାର ଖୁସି ବ୍ୟକ୍ତ କରିଛନ୍ତି l

Leave a comment

Your email address will not be published. Required fields are marked *