#Breaking News #Uncategorized

ଚିଣ୍ଟୁ ର ମଳ ଦ୍ୱାର ନାହିଁ ଯନ୍ତ୍ରଣା ରେ ଛଟ ପଟ ହେଉଛି


ଫୁଲବାଣୀ (ସୁନୀଲ ପଟନାୟକ )
ସମସ୍ତଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ମିଳିବ । ଚିକିତ୍ସାରେ କାହାରିକୁ ଅବହେଳା କରାଯିବ ନାହିଁ । ମେଡିକାଲରେ ମାଗଣା ଚିକିତ୍ସା ସହ ଅସ୍ତ୍ରୋପଚାର କରାଯିବ । ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଛନ୍ତି ସରକାର । ହେଲେ ସବୁ ଥିଲେ ହେଁ ଏହି ସେବା ମିଳୁ ପାରୁନାହିଁ । ଯାହାର ବାସ୍ତବ ଚିତ୍ର କନ୍ଧମାଳ ଜିଲା ଚକାପାଦ ବ୍ଲକରେ ଦେଖିବାକୁ ମିଳିଛି । ଜନ୍ମ ହେଲା ପରଠାରୁ ମଳ ଦ୍ୱାର ନ ଥିବା ଜଣେ ପିଲାର ଅସ୍ତ୍ରୋପଚାର ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ l
କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ ପଂଚାୟତ ପଡାମାହା ଗ୍ରାମ । ୨୦୧୭ ମସିହା ଜୁଲାଇ ମାସ ୧୮ ତାରିଖରେ ଗ୍ରାମର ପ୍ରକାଶ କହଁର ଓ ସ୍ତ୍ରୀ ଜାନକୀଙ୍କ କୋଳ ମଣ୍ଡନ କରିଥିଲେ ଚିଂଟୁ । ପୁଅ ଟିଏ ଜନ୍ମ ହେବାରୁ ପରିବାର ରେ ଖୁସିର ସୀମା ନ ଥିଲା । ଘରଠାରୁ ଆରମ୍ଭ କରି ବନ୍ଧୁ ପରିଜନ ମାନେ ଏହି ଖୁସିରେ ନିଜକୁ ସାମିଲ କରିଥିଲେ । ହେଲେ କିଛି ଘଂଟା ପରେ ଏହି ଖୁସି ପାଣି ଫୋଟକା ପରି ମିଳାଇ ଯାଇଥିଲା । କାରଣ ପିଲାଟି ଜୋରରେ କନ୍ଦା କଟା କରିଥିଲା । ଡାକ୍ତର ଆସି ପରୀକ୍ଷା କଲା ବେଳକୁ ମଳ ଦ୍ୱାର ନ ଥିବା ଜଣା ପଡିଥିଲା । ପିଲାଟି ମଳ ତ୍ୟାଗ କରି ପାରୁ ନ ଥିବାରୁ ଡାକ୍ତର ବାଇପାସ କରି ନାଭି ପାଖରେ ମଳ ଯାଉଥିବା ନାଡାକୁ ବାହାର କରି ଛାଡି ଦେଇଥିଲେ । ପିଲା ବଡ ହେଲେ ତାହାର ଅସ୍ତ୍ରୋପଚାର କରାଯିବ ବୋଲି କହିଥିଲେ । ସେହିଦନଠାରୁ ଆଜି ପର୍ଯ୍ୟନ୍ତ ଡାକ୍ତରଙ୍କ ପାଖକୁ ଦୌଡି ଦୌଡି ପ୍ରକାଶ ଏବଂ ସ୍ତ୍ରୀ ଜାନକୀ ନୟାନ୍ତ ହୋଇପଡିଲେଣି । ତଥାପି ଅପରେଶନ ହୋଇପାରୁ ନାହିଁ ବୋଲି ଚିଣ୍ଟୁ ର ମା ଜାନକୀ କହଁର
ଦିଗାମ୍ବର କହଁର ପଡୋଶୀ, ଓ
ସ୍ଵପ୍ନେଶ୍ଵର କହଁର କହିଛନ୍ତି l
ଚିଂଟୁ ଏବେ ୫ ବର୍ଷର ହୋଇଗଲାଣି l । ଘର ସମ୍ମୁଖରେ ତା ଭଳି ପିଲାମାନେ ପ୍ରତ୍ୟେକ ଦିନ ସ୍କୁଲ ଯାଉଥିବା ଦେଖି ମନ ଦୁଃଖ କରୁଛି । କାରଣ ସେ ଅସୁସ୍ଥ୍‌ତା ଯୋଗୁ ସ୍କୁଲ ଯାଇ ପାରୁନାହିଁ । ନାଭି ପାଖରେ ବାହାରିଥିବା ନାଡାରେ ମଳ ଆପେ ଆପେ ବାହାରୁଛି । ଦୁର୍ଗନ୍ଧରେ ରହି ହେଉନାହିଁ । ପେଟ ଉପରେ ଏକ କପଡା ଦେଇ ତାଙ୍କୁ ସବୁ ବେଳେ ରଖା ଯାଉଛି । ପରିବାରର ଜଣେ ଲୋକ ଏଥିପାଇଁ ବାନ୍ଧି ହୋଇରହିବାକୁ ପଡୁଛି । ଏପଟେ ପ୍ରକାଶ ଗରୀବ ଶ୍ରେଣୀର ଲୋକ । ଦିନ ମଜୁରୀ ନ ଗଲେ ପରିବାର ଚଳାଇବା କଷ୍ଟ । ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯେତବେଳେ ଚିଂଟୁଙ୍କୁ ଭର୍ତି କରାଯାଇଥିଲା, ସେତବେଳେ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ଆଜି ପର୍ଯ୍ୟନ୍ତ ଅପରେଶନ ଆଳ ଦେଖାଇ ଦିନ ଗଡାଇ ଚାଲୁଛନ୍ତି । ଏପଟେ ଚିଂଟୁ ବଡ ହେଉଥିବାରୁ ମଳ ତ୍ୟାଗ କରିବାରେ ଅକଥନୀୟ ଯନ୍ତ୍ରଣା ଅନୁଭବ କରୁଛି । ସରକାରଙ୍କ ଏତେ ସବୁ ସୁବିଧା ଥାଇ ଚିଂଟୁର ଅବସ୍ଥା କେବେ ସୁଧୁରିବ ଏବଂ ତାର ଅସ୍ତ୍ରୋପଚାର କରାଯିବ, ତାହା ଦେଖିବାକୁ ବାକି ରହିଲା

Leave a comment

Your email address will not be published. Required fields are marked *