ଦାଦନ ଶ୍ରମିକ ସମସ୍ୟା ଓ ସମାଧାନ ନେଇ ଆଲୋଚନା

Udaya_Labanya | September 14, 2022 | 24 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି lଲୋକେ ଗାଁ ଛାଡିକାମ ଧନ୍ଦା ଅନ୍ୱେଷଣ ରେ ରାଜ୍ୟବାହାରକୁ ଚାଲିଯାଉଛନ୍ତି lତେବେ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହ ତଥ୍ୟ ସଂଗ୍ରହ ପାଇଁ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୋୖଣସି ଉଦ୍ୟମ କରାଯାଉନଥିବା ରୁ ଏବେଜିଲାରତୁମୁଡିବନ୍ଧ ଅଂଚଳ ର ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଓ ସି ଆଇ ପକ୍ଷରୁ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷ ରେ ମାଇଗ୍ରାଣ୍ଟ ଆୱାର ନେସ ଏଣ୍ଡ ଇନଫ ରମେସନ ନେଟୱାର୍କ କର୍ମଶାଳା ଅନୁଷ୍ଠିତ ହୋଇଥିଲା l
ଏଥିରେ ଓ ସି ଆଇ ମୁଖ୍ୟ ଫାଦେର ବ୍ଳାସିୟସ ଏକ୍କା କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସର୍ବିଶେଷ ତଥ୍ୟ ସମ୍ପର୍କରେ ବର୍ଣନା କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଶ୍ରମ ଅଧିକାରୀ ଶୁଭଦର୍ଶିନୀ ନାୟକ, ବରିଷ୍ଠ ଆଇନଜୀବୀ ବିଜୟ ପଟନାୟକ, ବରିଷ୍ଠ ସାମ୍ବାଦିକ ତଥା
ମିଳିତ ନାଗରିକ ମଞ୍ଚ ସଭାପତି ଡ଼ଃ. ଅରୂପ ଜେନା, ଓ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ପ୍ରମୁଖ ଯୋଗ ଦେଇ କନ୍ଧମାଳ ଜିଲାରେ କାମ ଧନ୍ଦା ଅଭାବ ରୁ ହଜାର ହଜାର ସଂଖ୍ୟା ରେ ଦାଦନ ରାଜ୍ୟ ବାହାରକୁ ଯାଉଥିଲେ ବି ପ୍ରଶାସନ ନିକଟରେ କୌଣସି ତଥ୍ୟ ନାହିଁ କିମ୍ବା ସେମାନେ କୌଣସି ପଂଜିକୃତ ଠିକାଦାରଙ୍କ ମାଧ୍ୟମରେ ଯାଉନାହାନ୍ତି l ଶ୍ରମ ବିଭାଗକୁ ନ ଜଣାଇ ନିଜସ୍ୱ ଇଚ୍ଛାରେ ଚାଲିଯାଉଛନ୍ତି, ଫଳରେ ସେଠାରେ କିଛି ସମସ୍ୟା ହେଲେ ସେମାନଙ୍କ ପରିବାର ଆର୍ଥିକ ସହାୟତା ପାଇପାରୁନାହାନ୍ତି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ l
ସେହିପରି ପଂଚାୟତଓ ବ୍ଲକ ସ୍ତରରେ ସଚେତନ କରିବା ଜରୁରୀ ବୋଲି କହିଥିଲେ l
ଗ୍ରାମାଞ୍ଚଳ ସ୍ତରରୁ ଅନ୍ୟ ରାଜ୍ୟ କୁ ଚାଲିଯାଉଥିବା ଶ୍ରମିକ ମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ସଚେତନ ପାଇଁ ସାମାଜିକ କର୍ମୀ, ଲୋକପ୍ରତିନିଧି, ସ୍ବେଛାସେବୀ ସଂଗଠନ, ଗଣ ମାଧ୍ୟମ ପ୍ରତିନିଧି, ପିଏଜି ରୁ ବଛା ବଛା ଆଗ୍ରହୀ ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଏକ କୋ ର କମିଟି ଗଠନ କରିବା ଲାଗି ନିଷ୍ପତି ହୋଇଥିଲା lସେହିପରି ଅନ୍ୟ ମାନଙ୍କ ମଧ୍ୟରେ ସ୍ଵାତି ସମ୍ପାଦକ ତଥା ପି ଏ ଜି ଆବାହକ ଇଂ. ହରିଶଙ୍କର ରାଉତ, ଶାନ୍ତିଓ ମୈତ୍ରୀ ମୁଖ୍ୟ ଭଗବାନ ଜେନା, ସାହାରା ଅନୁଷ୍ଠାନ ମୁଖ୍ୟ ସୁକାନ୍ତ ନାୟକ, ହାଇ ହୋପ ମୁଖ୍ୟ ପରିଚାଳକ ଲିଙ୍ଗରାଜପ୍ରଧାନ, ସମାଜସେବୀ ଅଶୋକ ପରିଡା,ଓ ସି ଆଇ ର ସଂଯୋଜକ ଉଲ୍ଲାସ ମୁଦୁଲି, ଅଶୋକ ପ୍ରଧାନ, ପ୍ରମୁଖ ଙ୍କ ସମେତ ବହୁ ସ୍ଵେଛା ସେବୀ ସଂଗଠନ କର୍ମକର୍ତା ମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ l
ଅତିଶୀଘ୍ର କୋ ର କମିଟି ଗଠନ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି ଓସି ଆଇ ମୁଖ୍ୟ ଫାଦେର ଏକ୍କା କହିଛନ୍ତି l କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମସ୍ତ ଙ୍କ ଅlନ୍ତରୀକସହଯୋଗ କାମନା କରିଛନ୍ତି ଏକ୍କା l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories