#Breaking News

ବଦଳି ହୋଇଥିବା ଦୁଇ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲାର ଦୁଇ ବରିଷ୍ଠ ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁ ଓ ସଦର ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ମଙ୍ଗଳବାର କନ୍ଧମାଳ ଏସପି ଭିନୀତ ଅଗ୍ରବାଲ ଏ ଦୁହିଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ l
କନ୍ଧମାଳ ଜିଲ୍ଲା ର ସଦର ଏସ୍ଡ଼ିପିଓ ଭାବେ ନିଷ୍ଠା, ଆନ୍ତରିକତା ଓ ଦକ୍ଷତା ର ସହ ଦିନ ରାତି ଏକ କରିନିରବିଛିନ ଭାବେ ସହରବାସୀଙ୍କୁ ସୁରକ୍ଷା ଯୋଗାଇଆସୁଥିବା ପୋଲିସ ଅଫିସର ମହେନ୍ଦ୍ରନାଥ ମୁର୍ମୁ ଙ୍କ କେନ୍ଦୁଝର ସଦର ଏସ୍ଡ଼ିପିଓ ଭାବେ ବଦଳି ହୋଇଛି lସେହିପରି ମୁର୍ମୁ କରୋନା ମହାମାରି ସମୟରେ ବି ଲୋକଙ୍କୁ ସଚେତନ କରିବାସହ କରୋନା ସଂକ୍ରମଣ ରୋକିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ l
ସେହିପରି ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ମଧ୍ୟ ବାଲିଗୁଡା ଥାନା ଅଧିକାରୀ ଭାବେ ରହି କରୋନା ସଚେତନ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିଥିଲେ lପରେ କିଛି ମାସ ସଦର ଥାନାଧିକାରୀ ଭାବେ ସୁଚାରୁରୂପେ ଦାଇତ୍ୱ ସମ୍ପନ କରିଥିଲେl ପ୍ରଶାନ୍ତ ମଧ୍ୟ ପଦୋନ୍ନତି ପାଇ ଆନନ୍ଦପୁର ଏସ ଡି ପିଓ ଭାବେ ବଦଳିହୋଇଛନ୍ତି l
ସେହିପରି କଟକ ଗ୍ରାମାଞ୍ଚଳ ଏସଡ଼ି ପିଓ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିବା ସୁପ୍ରଶନ ମଲିକ ଫୁଲବାଣୀ ଏସଡି ପିଓ ଭାବେମହେନ୍ଦ୍ର ନାଥ ମୁର୍ମୁ ଙ୍କ ସ୍ଥାନରେ ଦାଇତ୍ୱ ଗ୍ରହଣ କରିଛନ୍ତି l
ନୂତନ ଏସଡ଼ି ପିଓ ମଲିକ ଙ୍କୁ ଫୁଲବାଣୀଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠି, ଫିରିଙ୍ଗିଆ ଥାନାଧିକାରୀ ଏସ. ଶ୍ୟାମ ସୁନ୍ଦର ରାଓ, ଖଜୁରୀପଡା ଥାନା ଅଧିକାରୀ ଗେଲିକୁମାରୀ ସାହୁ, ସଦର ଥାନା ଅଧିକାରୀ ସମୀର ରାଉତ, ଓ ଗୋଛାପଡା ଥାନା ଅଧିକାରୀ ରଣଜିତ କୁମାର ମୁନି ସ୍ଵାଗତ ସମ୍ବର୍ଧନା ଜଣାଇବା ସହ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ l

Leave a comment

Your email address will not be published. Required fields are marked *