#Breaking News

ଯନ୍ତ୍ରୀ ଆକ୍ରମଣ ଘଟଣା, ଜଣେ ଗିରଫ, ଅନ୍ୟମାନେ କେବେ ??


ଫୁଲବାଣୀ (ଉଲା ପ୍ର )ଫୁଲବାଣୀ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ଗାଳିଗୁଲଜ, ଅସଦାଚରଣ ମାମଲାରେ ପୋଲିସ ଘଟଣା ର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଠିକାଦାର ସୂର୍ଯ୍ୟ କାନ୍ତ ପଟନାୟକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି lଗତ ୬ ତାରିଖ ଦିନ ସୂର୍ଯ୍ୟ କାନ୍ତ ଓ ତାଙ୍କର କିଛି ସମର୍ଥକ ମିଶି ବିଳମ୍ବିତ ରାତିରେ ବାସଭବନ ରେ ପଶି ଗାଳିଗୁଲଜ କରିବାସହଭଙ୍ଗାରୁଜା ଓ ଆକ୍ରମଣ ମଧ୍ୟ କରିଥିଲେ l
ସେହିପରି ଅଗଷ୍ଟ ୧ ୬ ରେ ପୂର୍ତବିଭାଗ ର ଅନ୍ୟଜଣେ ଯନ୍ତ୍ରୀ ଙ୍କୁ ଜଣେ ଠିକାଦାର ଛୁରୀ ଭୁସି ଆକ୍ରମଣ କରିଥଲା ହେଲେ ସେହିମାମଲାରେ ପଲିସିକାହାରିକୁ ଗିରଫ କରିନାହିଁ l
ସେହିପରି ମୁନିସିପାଲିଟି ଯନ୍ତ୍ରୀ ଇଂ. ନୀଳକଣ୍ଠ ନାୟକ ଙ୍କୁ ବାସଭବନ ସମ୍ମୁଖରେ କିଛି ଦୁର୍ବୁତ୍ତ ମାଡ଼ମାରିବା ସହ ଗାଳିଗୁଲଜ କରିଥିଲେ lଏହି ମାମଲାରେ ମଧ୍ୟ ପୋଲିସ ଗିରଫ କରିନି ଏଯାଏଁ l ଅଭିଯୁକ୍ତମାନଙ୍କୁ ଗିରଫ ଦାବୀ କରି ମୁନିସିପାଲିଟି ଅଧ୍ୟକ୍ଷl ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ଓ କାଉନ୍ସିଲର ମାନେ ପୋଲିସ ର ବରିଷ୍ଠ ଅଧିକାରୀ ଙ୍କୁ ଭେଟିଦ୍ରୁଷ୍ଟି ଆକର୍ଷଣକାରୀଥିଲେ l
ଅପର ପକ୍ଷେ ମୁନିସିପାଲିଟି ଯନ୍ତ୍ରୀ ଜୀବନ ପ୍ରତି ବିପଦ ଦର୍ଶାଇ ଲମ୍ବା ଛୁଟିରେ ଚାଲିଯାଇଛନ୍ତି lଫଳରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ନେଇ ସମସ୍ୟା ସୃଷ୍ଟି ହୋଇଛି l
ଏ ନେଇ ପୋଲିସ କୁ ପଚାରିବାରେ ସେ ଅତିଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ନେଇ ପୋଲିସ ଯଥାସାଧ୍ୟ ଉଦ୍ୟମ କରୁଥିବା କହିଛନ୍ତି ଥାନା ଅଧିକାରୀ ସୁଶାନ୍ତକୁମାର ସେଠି l

Leave a comment

Your email address will not be published. Required fields are marked *