#Breaking News

ଚୋରା ଗୋ ଚାଲାଣବେଳେ ଗାଡ଼ି ଜବତ କଲା ପୁଲିସ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବେଆଇନ ଭାବେ ଗୋଚାଲାଣ ହେଉଥିବାବେଳେ ଦାରିଙ୍ଗବାଡ଼ି ପୁଲିସ ଏକ ଡାଲା ଅଟୋ ଗାଡ଼ି ଜବତ କରିବା ସହ ୪ଗାଇକୁ ଉଦ୍ଧାର କରିଛି । ସିମନବାଡ଼ି ବଜାର ନିକଟରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା । କିରୀକୁଟି ପଞ୍ଚାୟତସ୍ଥିତ କନ୍ଦିବାନ୍ଦା ଗ୍ରାମରୁ ଦନେକବାଡ଼ି ପଞ୍ଚାୟତସ୍ଥିତ କୁପିବାଡ଼ି ଗାଁକୁ ଗୋ ଚାଲାଣ ହେଉଥିବା ବେଳେ ସିମନବାଡ଼ି ବଜାରରେ ପୁଲିସକୁ ଦେଖି ଗୋ ଚାଲାଣ ହେଉଥିବା ଗାଡ଼ି ଏକ ଭିତର ରାସ୍ତାକୁ ଗାଇ ଭର୍ତ୍ତି ଗାଡିକୁ ନେଇ ଲୁଚେଇ ରଖିଥିଲେ । ହେଲେ ପୁଲିସ ଏହି ସୂଚନାପାଇ ଥାନା ଅଧିକାରୀ କୌଶିକ ମାଝୀଙ୍କ ନିର୍ଦେଶ କ୍ରମେ ଏଏସଆଇ ଏସ.ଶ୍ରୀନିବାସ ରାଓ ପହଞ୍ଚି ଗାଡି ଜବତ କରିବା ସହ ଚାଲାଣକାରୀଙ୍କୁ ଅଟକ ରଖି ୪ ଗାଇକୁ ଉଦ୍ଧାର କରିଥିଲେ । ଚାଲାଣକାରୀ ଜଣକ କୁପିବାଡ଼ି ଗ୍ରାମର ରିକାର୍ଦ ନାୟକ ହୋଇଥିବାବେଳେ ଡାଲା ଅଟୋ ଡ୍ରାଇଭର ଫେରାର ରହିଛନ୍ତି । ଏ ନେଇ ପୁଲିସ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a comment

Your email address will not be published. Required fields are marked *