#Breaking News

ବ୍ଲକ ସ୍ତରୀୟ ” ଶିଶୁ ପାଇ ଦିନଟିଏ “କାର୍ଯ୍ୟକ୍ରମ ଅନୁଷ୍ଠିତ


ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ଅଧିକାରିଣୀ ତଥା ଶିଶୁ ସୁରକ୍ଷା କମିଟିର ଆବାହିକା ଶ୍ରୀମତୀ ମିନତି ପାଣିଗ୍ରାହି ଙ୍କ ଆହ୍ୱାନ ରେ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ବ୍ଲକ ଅନ୍ତର୍ଗତ ରାଇକିଆ ସରପଞ୍ଚ ଶ୍ରୀମତୀ ଗିତାଞ୍ଜଳୀ ନାୟକ, ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ,ଓ ଇନ୍ଦ୍ରଗଡ ପଞ୍ଚାୟତର ସରପଞ୍ଚ, ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ପାତ୍ର,ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଚିନ୍ମୟୀ ଵେହେରା , ଶିକ୍ଷା ଵିଭାଗର ଅଧିକାରୀ ଏବଂ ଅଙ୍ଗନୱାଡ଼ିର କର୍ମୀମାନେ ଯୋଗ ଦେଇଥିଲେ। ବୈଠକରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗୁଡିକର ସୁଦୃଢ଼ୀକରଣ କରିବା ଏବଂ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ବାଲ୍ୟ ବିବାହ ପ୍ରତିରୋଧ କମିଟି ଗଠନ କରିବା ସହିତ ଗ୍ରାମୀଣ ସ୍ତରରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଆଲୋଚନା କରାଯାଇଛି। ବାଲ୍ୟ ବିବାହ ଭଳି କୁସଂସ୍କାର ଗାଁରୁ ହଟାଇଲେ ଏକ ସୁସମାଜ ଗଠନ ହେବ ବୋଲି ବିଡିଓ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ। ପଞ୍ଚାୟତ ସ୍ତରରେ ବାଲ୍ୟ ବିବାହ ପ୍ରତିରୋଧ କରିବା ପାଇଁ କେଉଁ ଭଳି ପଦକ୍ଷେପ ନେବେ ସେ ନେଇ ସରପଞ୍ଚ ମାନେ ମଧ୍ୟ ନିଜ ନିଜ ମତାମତ ରଖିଥିଲେ। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରଶାସନ, ସ୍ଵୟଂ ସହାୟିକା ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଯୁବ ଗୋଷ୍ଠୀ, ୱାର୍ଡ ସଭ୍ୟ, ଶିକ୍ଷକ ଓ ଶିକ୍ଷୟତ୍ରୀ, ଗଣମାଧ୍ୟମ, ସ୍ୱେଛାସେଵି ଅନୁଷ୍ଠାନ ଏବଂ ବିଭିନ୍ନ ବୁଦ୍ଧିଜୀବୀଙ୍କ ସହଯୋଗ ହେଲେ ରାଇକିଆ ବ୍ଲକରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ମୂଳପୋଛ କରାଯାଇପାରିବ ବୋଲି ଆଲୋଚନା କରିଥିଲେ। ଶିଶୁ ମାନଙ୍କର ୪ ଗୋଟି ଅଧିକାର ସେମାନେ ଯେପରି ଜାଣିବେ ।ନିର୍ଭୀକ ଭାବରେ ସେମାନେ ଯେପରି ନିଜର ପ୍ରତିକ୍ରିୟା ଆଇନ ସମ୍ମୁଖରେ ପ୍ରକାଶ କରିବେ ଓ କିଶୋରୀ ବୟସରେ ଯେପରି ଆଇନ କାନୁନ ବିଷୟରେ ଅବଗତ ହୋଇପାରିବେ ଓ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଥାନା ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନା କରିବା ପ୍ରତି ଅଗ୍ରସର ହୋଇପାରିବେ ତଥା ସୁରକ୍ଷିତ ରହିବେ ସେଥି ପ୍ରତି ଧ୍ୟାନ ଦେବା ବିଷୟରେ ଆଲୋଚନା ହୋଇଥିବା ବେଳେ ପ୍ରତି ତ୍ରୟ ମାସରେ ପଞ୍ଚାୟତ ସ୍ତରୀୟ ବୈଠକରେ ବାଲ୍ୟ ବିବାହ ସମ୍ବନ୍ଧୀୟ ବିଷୟ ଗୁଡ଼ିକ ଆଲୋଚନା କରି , ଓଡିଶା ସରକାରଙ୍କ ନିର୍ଦ୍ଧେଶ କ୍ରମେ ଗ୍ରାମ ସ୍ତରରେ ଶିଶୁ ସୁରକ୍ଷା କମିଟି ଗଠନ କରାଯିଵ ଓ ଗ୍ରାମୀଣ ସ୍ତରରେ ସଚେତନତା ସୃଷ୍ଟି କରିବା ଏହି ବୈଠକରେ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସାହାରା ସ୍ବେଛାସେବୀ ଅନୁଷ୍ଠାନର ଉପଦେଷ୍ଟା ସୁକାନ୍ତ କୁମାର ନାୟକ ପରିଚାଳନା କରିଥିବା ବେଳେ ସରକାରୀ କନ୍ୟା ଆଶ୍ରମ,ବିଜୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଅଧ୍ୟାପକ ସମେତ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ପାତ୍ର, ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଆଇସିଡିଏସ୍ ସୁପରଭାଇଜର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave a comment

Your email address will not be published. Required fields are marked *