#Breaking News

ପୋଷଣ ମାସ ପାଳନ-୨୦୨୨ ଅବସରରେ କୋଷାଗୁମୁଡ଼ା ଠାରେ ମିଲେଟ୍ସ ମିଶନର ଖାଦ୍ୟ ମେଳା ଓ ସଚେତନତା ଶିବିର


ନବରଙ୍ଗପୁର( ବସନ୍ତ କୁମାର ସ୍ବାଇଁ) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ସମିଳନୀ କକ୍ଷରେ ଶୁକ୍ରବାର ଦିନ ଜାତୀୟ ପୋଷଣ ଦିବସ ଅବସରରେ ନବରଙ୍ଗପୁର ଓଡିଶା ମିଲ୍ଲେଟ୍ସ ମିଶନ ଏବଂ ଆତ୍ମା ସହାୟତାରେ ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ‘ଆର.ସି.ଡି.ସି’ ଦ୍ଵାରା ଖାଦ୍ୟ ମେଳା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କୋଷାଗୁମୁଡ଼ା ବ୍ଲକର ୨୬ ଗୋଟି ପଞ୍ଚାଯତର ଅଙ୍ଗନୱାଡି କର୍ମୀ,ସୁପରଭାଇଜର ଓ ସ୍ଵଯଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଉପସ୍ଥିତିରେ ୧୬ ଓ ୧୭ ସେପ୍ଟେମ୍ବର ଦୁଇ ଦିନି ଧରି ପୋଷଣ ମାସ ପାଳନ ସହ ମାଣ୍ଡିଆ ଜାତୀୟ ଖାଦ୍ୟ ମେଳା ପ୍ରଦଶନୀ ଅନୁଷ୍ଠିତ ହୋଯାଇଅଛି । ଏହି ପରିପ୍ରେକ୍ଷୀରେ ଆୟୋଜତ କର୍ମଶାଳା ବୈଠକରେ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ଶ୍ରୀ ଜି. ଭେଙ୍କଟ ରେଡ୍ଡୀ ସଭାରେ ଅତିଥି ଭାବରେ ଓ ଅନ୍ୟ ଅତିଥିମାନେ

କୋଷାଗୁମୁଡା ବ୍ଲକ କୃଷି ଅଧିକାରୀ ଶ୍ରୀ ଦୁର୍ଯୋଧନ ଜାନୀ ,ସହକାରୀ କୃଷି ଅଧିକାରୀ ଶ୍ରୀମତୀ ଲୋପମୁଦ୍ରା ସାହୁ କୋଷାଗୁମୁଡା ବ୍ଲକ ର ସମନ୍ନୀତ ଶିଶୁବିକାଶ ଅଧିକାରୀ ଶ୍ରୀମତୀ ଯମୁନା ଭତ୍ରା , କୋଷାଗୁମୁଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ବେହେରା,ମତ୍ସୟ ଅଧିକାରୀ ଶ୍ରୀ ଗିରିଜା ଶଙ୍କର ପଟ୍ଟନାୟକ , ଓଡିଶା ମିଲ୍ଲେଟ୍ସ ମିଶନ ର ଜିଲା ସଂଯୋଜକ ଶ୍ରୀ ମୃତ୍ୟୁଞ୍ଜୟ କନ୍ଦପାନ ଓ ଅତିରିକ୍ତ ଜିଲା ସଂଯୋଜକ ଶ୍ରୀ ବି.ରାଜେଶ୍ଵର ରେଡ୍ଡୀ ପୋଷଣ ମାସ ପାଳନର ଉଦ୍ଧେଶ୍ୟ ଓ ମାଣ୍ଡିଆ ଖାଦ୍ୟର ଗୁରୁତ୍ଵ ଏବଂ ଆବଶ୍ୟକତା ଉପରେ ଆଲୋଚନା ଓ ତଥ୍ୟ ପ୍ରଦାନ କରିଥିଲେ । ମିଲଟ ମିଶନ ପ୍ରକଳ୍ପର ବ୍ଲକ ସଂଯୋଜକ ଶ୍ରୀ କୈଲାଶ ଚନ୍ଦ୍ର ମହାପାତ୍ର ପୋଷଣ ମାସ

ପାଳନର ଉଦ୍ଧେଶ୍ୟ ଉପରେ କହିଥିଲେ । ଏହାପରେ ପୋଷଣ ମାସ ପାଳନ ଶିଶୁମାନଙ୍କର ଖାଦ୍ୟ ସହିତ ମ।ଣ୍ଡିଆ ଖାଦ୍ୟର ଉପଦେୟତା ଉପରେ ଶିଶୁବିକାଶ ଅଧିକାରୀ ଶ୍ରୀମତୀ ଯମୁନା ଭତ୍ରା ଆଲୋକ ପାତ କରିଥିଲେ , ମୁଖ୍ୟକୃଷି ଅଧିକାରୀ ଶ୍ରୀ ଜି. ଭେଙ୍କଟ ରେଡ୍ଡୀ ମାଣ୍ଡିଆ ,ଅନ୍ୟାନ କ୍ଷୁଦ୍ର ଶସ୍ୟ ଲଗାଇବା ପ୍ରଣାଳୀ ଓ କୃଷକ ଓଡ଼ିଶା ପଞ୍ଜୀକରଣ ,ପ୍ରଧାମନ୍ତ୍ରୀ କିଷାନ ପଞ୍ଜୀକରଣ ବିଷୟରେ ଆଲୋକ ପାତ କରିଥିଲେ, ବ୍ଲକ କୃଷି ଅଧିକାରୀ ଶ୍ରୀ ଦୁର୍ଯୋଧନ ଜାନୀ କ୍ଷୁଦ୍ରଶସ୍ୟ ର ବହୁଳ ବ୍ୟବହାର ଓ ଚାଷ ସମନ୍ଧରେ କହିଥିଲେ ଜିଲା ସଂଯୋଜକ ଶ୍ରୀ ମୃତ୍ୟୁଞ୍ଜୟ କନ୍ଦପାନ ମିଲେଟସ ମିଶନ ସ୍କୀମ ବିଷୟରେ ଏହି କାର୍ଯକ୍ରମରେ ସ୍ଵଯଂସହାୟକ ଗୋଷ୍ଠୀର ଭୂମିକା ଓ ସେମାନଙ୍କ ପାଇଁ ଥିବା ସରକାର ଙ୍କ ଯୋଜନାକୁ ଠିକ ଭାବରେ ବ୍ୟବହାର କରିବାକୁ ନିବେଦନ କରିଥିଲେ । ଏହି ଖାଦ୍ୟ ମେଳାକୁ ଜିଲା ମୁଖ୍ୟକୃଷି ଅଧିକାରୀ ଶ୍ରୀ ଜି. ଭେଙ୍କଟ ରେଡ୍ଡୀ ସମସ୍ତଙ୍କ ଗହଣରେ ଉଦ୍ଘାଟନ କରିଥିଲେ । ପରେପରେ ସମସ୍ତଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ପରିବେଷଣ କରାଯାଇ ଥିଲା । ଏହି କାଯ୍ୟକ୍ରମରେ ୫୦୦ ରୁ ଅଧିକ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ। ବ୍ଲକ ସଂଯୋଜକ ଶ୍ରୀ କୈଳାସ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଓ ସ୍ନେହଞ୍ଜଳୀ ସ୍ୱାଇଁ ଧନ୍ୟବାଦ୍ ପ୍ରଦାନ କରିଥିଲେ । ପ୍ରଡ୍ୟୁସର ଗ୍ରୁପର ସିଇଓ ଶ୍ରୀ ବୁଲୁ ଲେଙ୍କା ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଟୀର ସଦସ୍ୟମାନେ ସହଯୋଗ କରିଥିଲ ।

Leave a comment

Your email address will not be published. Required fields are marked *