#Breaking News

ଲଗାଣ ବର୍ଷା ରେ କଲଭର୍ଟ ଧୋଇହୋଇଗଲା, ୨ ପଂଚାୟତ ବାସୀ ବିଛିନ୍ନ


ଫୁଲବାଣୀ(ସୁନୀଲ ପଟନାୟକ )
ଲଘୁଚାପ ଜନିତବର୍ଷା ରେ ଜିଲାର ବିଭିନ୍ନ ଅଂଚଳ କ୍ଷତିଗ୍ରସ୍ତ ହୋଇଛି l ଲଗାଣ ବର୍ଷା ରେ ତୂମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କୃତମ ଗଡ଼ ଠାରୁ ସିରଲା ଓ କୋଟଗଡ଼ ଠାରୁ ପାରିଗଡ଼ ପଂଚାୟତ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବଟେଡିମୁଣ୍ଡା
କଲଭର୍ଟ ଧୋଇହୋଇଯାଇଛି lଫଳରେ ୨ ପଂଚାୟତ ର ବୁଢା ଖମ୍ବା, ପାରିଗଡ଼, ଗନଯୁଗୁଡା ମୁଣ୍ଡା ସିଙ୍ଗ, ସାରସିଙ୍ଗିଆ, ବାଲିଗଡା ଆଦି ଅନେକଗ୍ରାମବାହ୍ୟ ଜଗତ ରୁ ବିଛିନ୍ନ ହୋଇଯାଇଛି l
ବ୍ଲକ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା କୁ ଉଦ୍ୟମ କରାଯାଉଥିବା ପ୍ରଶାସନ ସୂଚନା ଦେଇଛି l

Leave a comment

Your email address will not be published. Required fields are marked *