#Breaking News

ଅସହାୟ ଗୌରୀ ଙ୍କୁ ଆବାସ ଯୋଜନା ରେ ଘର ମିଳିବ କେବେ ?


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲାମି ପଂଚାୟତ ଅନ୍ତର୍ଗତ ସାଇନିପଦର ଗ୍ରାମର ମନୋଜ ଡିଗାଲ ଙ୍କ ପତ୍ନୀ ଗୌରୀ ଡିଗାଲ l
ଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହିଛନ୍ତି l
ବର୍ଷା ହେଲେ ଘରେ ପାଣି ପଶୁଛିl କେତେବେଳେ ଯେ ଘର ଭୁଷୁଳି ପଡିବ କହିହେବନି l ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡିଏ ପାଇଁ ବାରମ୍ବାର ପଂଚାୟତ ସରପଞ୍ଚ ଠୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ଗୁହାରି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି lସରକlରଂକ ଏସ ଇ ବି ସି ତାଲିକା ରେ ଗୌରୀ ଙ୍କ ନାଁ ରହିଛି l
ସେହିପରି ବିଧାୟକ ମଧ୍ୟ ଗୌରୀ ଙ୍କ ପାଇଁ ସୁପାରିଶ କରିଥିଲେ lତଥାପି
ଘର ଖଣ୍ଡିଏ ମିଳିନି ଏଯାଏଁ l
ଏଣୁ ଅସହାୟ ଗୌରୀ ଙ୍କୁ ତୁରନ୍ତ ଘର ଖଣ୍ଡିଏ ଯୋଗାଇଦେଲେ ସେ ଅନ୍ତତଃ ସୁଖରେ ରହନ୍ତେ ବୋଲି ଗୌରୀ କହିଛନ୍ତିl
ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଏଥିପ୍ରତି ଦ୍ରୁଷ୍ଟି ଦେଇ ଅଗ୍ରାଧିକାର ଭିତିରେ ଘର ଯୋଗାଇଦେବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *