#Breaking News

ନମାମି ଗଙ୍ଗେ ତରଫରୁ ନଦୀ ପ୍ରଦୂଷିତ କରୁ ଥିବାରୁ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଅନ୍ତର୍ଗତ ବିଲେଇପଦା ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ କାରଖାନା ର କୋମିକାଲ ମିଶା ମଇଳା ପାଣି ବୈତରଣୀ ନଦୀ କୁ ଛାଡ଼ୁଥିବାରୁ ନଦୀ ପାଣି ପ୍ରଦୂଷିତ ହୋଉଥିବା ପ୍ରତିବାଦରେ ଆଜି ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ କଂ ନେତୃତ୍ଵରେ ଓଡିଶା ର ମାନ୍ୟବର ରାଜ୍ୟପାଳ ଶ୍ରୀ ଗଣେଶି ଲାଲଜୀ କୁଂ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ୫ ଜଣିଆ କମିଟି ରେ ବରିଷ୍ଠ ବିଜେପି ନେତା ଶ୍ରୀମାନ ଯୁଧିଷ୍ଠିର ମହାରଣା, ବିଜେପି ନଦୀ ସୁରକ୍ଷା ସମିତି ରାଜ୍ୟ ସହସଂଯୋଜକ ଶ୍ରୀ ସୁଭାନ୍ଶୁମୋହନ ପାଢୀ, ଅଶୋକ କୁମାର ରଥ, ଅଶ୍ରୁମୋଚନ ମହାନ୍ତି ସାମିଲ ହୋଇଥିଲେ।

Leave a comment

Your email address will not be published. Required fields are marked *