ଜୀବନ ନିର୍ମାଣର ମାର୍ଗ ଦର୍ଶକ ହେଉଛି ପୁସ୍ତକ,୯୯ତମ ଭ୍ରାମ୍ୟମାଣ ପାଠାଗାରରେ ମତ ପ୍ରକାଶ

Udaya_Labanya | September 23, 2022 | 14 views |0 | Breaking News

(

ବରଗଡ଼: ପୁସ୍ତକ ପଠନରେ ବୟସର ତାରତମ୍ୟ ନାହିଁ। ପୁସ୍ତକ ଜ୍ଞାନ ବାଣ୍ଟେ। ଚରିତ୍ର ଗଠନ ସହ ଜୀବନ ନିର୍ମାଣରେ ମାର୍ଗ ଦର୍ଶକ ସାଜିଥାଏ ବୋଲି ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର ଦ୍ଵାରା ଆୟୋଜିତ ୯୯ ତମ “ପିଲାଙ୍କ ପାଖରେ ପାଠାଗାର” କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ସ୍ଥାନୀୟ ଜର୍ଜ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ପାଠାଗାରର ସଭାପତି ମନୋରଂଜନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ରଘୁନାଥ ମେହେର ମୁଖ୍ୟ ଅତିଥି, ଆନ୍ତର୍ଜାତିକ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ମୁଖ୍ୟ ବକ୍ତା ,ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡକ୍ଟର ଡୋଳାମଣି ଶତପଥୀ ଓ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଯୋଗଦେଇ ପୁସ୍ତକ ଜୀବନ ନିର୍ମାଣର ମାର୍ଗ ଦର୍ଶକ ଓ ଚରିତ୍ର ଗଠନର ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମାନଙ୍କ ମଧ୍ୟରୁ ସୀମାଞ୍ଚଳ ସ୍ଵାଇଁ, ସଦାନନ୍ଦ ଜାଲ, ଆଦିକାନ୍ତ ସ୍ବାଇଁ, ଅମୃତ ଲାଲ୍ ବେହେରା ଓ ସୁରେଶ ଚନ୍ଦ୍ର ଦାଶ ପୁସ୍ତକ ମଣିଷ କୁ ସମାଜର ଉଚ୍ଚ ସ୍ତରକୁ ନେଇଥାଏ, ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକକୁ ଭଲପାଇ ପୁସ୍ତକ ପଠନ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଭ୍ରାମ୍ୟମାଣ ପାଠାଗାର ର ଆବାହକ ଡକ୍ଟର ରବିନାରାୟଣ ସାହୁ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଛାତ୍ର ମାନଙ୍କ ମଧ୍ୟରୁ ପିୟୂଷ ମେହେର,ବିବେକ ଦୀପ ଓ ଆକାଶ ମେହେର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଆସନ୍ତା ୧୦୦ତମ କାର୍ଯ୍ୟକ୍ରମରେ ପୁରସ୍କୃତ ହେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories