#Breaking News

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା, ଦୋକାନ ବଜାର ଖୋଲିଲା


ଫୁଲବାଣୀ (ସୁନୀଲ ପଟନାୟକ )
ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ ପୂଜାକମିଟି ସଦସ୍ୟ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା l ତେବେ
ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ମଣ୍ଡପ ସ୍ଥାନ ସଫା କରାଯିବା ବେଳେ ଅନ୍ୟ ଗୋଷ୍ଠୀ ବିରୋଧ କରିବା ଫଳରେ ବିବାଦ ଉଗ୍ର ରୂପ ନେଇଥିଲା l
ପ୍ରତିବାଦ ରେ ବଣିକ ସଙ୍ଘ ପକ୍ଷରୁ ଦୁଇଦିନ ହେଲା ଦୋକାନ ବଜାର ବନ୍ଦ ଥିଲା l
ଗୁରୁବାର ବାଲିଗୁଡା ଉପଜିଲାପାଳ ଦୁଃଖ ବନ୍ଧୁ ନାୟକ ଓ ଏସ ଡିପିଓ ଜି ଆର. ରାଘବେନ୍ଦ୍ର ଉପସ୍ଥିତ ରହିଉଭୟ ଗୋଷ୍ଠୀ ଙ୍କୁ ଦୀର୍ଘ ସମୟ ଧରି ବିଭିନ ଦୃଷ୍ଟିକୋଣ ରୁ ବୁଝାସୁଝା କରିବା ପରେ ସମସ୍ୟା ର ସମାଧାନ ହୋଇଥିଲା l
ସେଠାରେ ସ୍ଥାନୀୟ ଲୋକଙ୍କ ସୁଵିଧାଦ୍ରୁଷ୍ଟିରୁ ପ୍ରଶାସନ ପକ୍ଷରୁ ଏକସୁନ୍ଦର ବିଶ୍ରାମଗାର ନିର୍ମାଣ ସହ ନିୟମିତ ପୂଜା ମଧ୍ୟ ହେବ l ଉପଜିଲାପାଳ ନାୟକ ସୁନ୍ଦର ଶୈଳୀ ରେ ଉତ୍ୟକ୍ତ ଲୋକଙ୍କୁ ଧର୍ଯ୍ୟ ର ସହ ଶାନ୍ତି ପୁର୍ଣ ଭାବେ ବୁଝାଇବାରୁ ସୁଫଳ ମିଳିଥିଲା ବୋଲି ଜଣାପଡିଛି l
ଦୀର୍ଘ ଦିନର ବିବାଦ ର ସମାଧାନ ହୋଇଥିବାରୁ ଲୋକେ ଖୁସ l
ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର, ବିଡ଼ିଓ ଗଦାଧର ପାତ୍ର, ଥାନାଧିକାରୀ କୌଶିକ ମାଝୀ, ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ପ୍ରମୁଖ ମଧ୍ୟ ଉପସ୍ଥିତ ରହି ସୁଚିନ୍ତିତ ମତ ଦେଇଥିଲେ l
ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତୟନ ଥିଲେ l
ବିବାଦ ସୁରୁଖୁରୁରେ ତୁଟିବା ଫଳରେ ସ୍ଥାନୀୟ ଲୋକେ ଉପଜିଲାପାଳ ହେବତ ବୋଲି କହୁଥିବା ଶୁଣିବାକୁ ମିଳିଥିଲା l

Leave a comment

Your email address will not be published. Required fields are marked *