#Breaking News

୬ ୯ ଟି ବିଦ୍ୟାଳୟ କୁ ଜମିପଟ୍ଟା ମିଳିଲା


ଫୁଲବାଣୀ (ସୁନୀଲ ପଟନାୟକ )

କନ୍ଧମାଳ ଜିଲାର ୬୯ ଟି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶୁକ୍ରବାର ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଆୟୋଜିତ ଜମି ପଟ୍ଟାପ୍ରଦାନ ଉତ୍ସବ ରେ ଫୁଲବାଣୀ ତହସିଲଦାର ଦିନମଣି ନାୟକ ,ଫୁଲବାଣୀବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର, ,ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ରଙ୍କ ଉପସ୍ଥିତିରେ ସ୍କୁଲ ର ନିଜସ୍ୱ ଜମି ପଟ। ବଣ୍ଟନ କରାଯାଇଥିଲା । ଏହା ରାଜ୍ୟ ସରକାରଙ୍କର ଏକ ସରକାରୀ ଦିଦ୍ୟାଳୟ ମାନଙ୍କପାଇଁ ସ୍ୱତନ୍ତ୍ର ଡ୍ରାଇଭ୍ ଥିଲା । ଏହି ଯୋଜନାରେ ସରକାର ଓ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା।
ପୂର୍ବରୁ ଏସବୁ ସରକାରୀ ବିଦ୍ୟାଳୟ ଗୁଡିକ ରେ ବର୍ଷ ବର୍ଷ ଧରି ନିଜସ୍ୱ ଜମି ପଟ୍ଟା ନଥିବା ରୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେବାରେ ବହୁ ଅସୁବିଧା ସୃଷ୍ଟିହେଉଥିଲା lଏଣିକି କୌଣସି ଅସୁବିଧା ଆଉ ରହିବନି ବୋଲି ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର କହିଛନ୍ତି l
ଫଳରେ ରାଜସ୍ବ ଓ ଶିକ୍ଷା ବିଭାଗ ର ମିଳିତ ଭାବେ ଜମି ପଟ୍ଟା ପ୍ରଦାନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା l
ସେହିପରି ଅନ୍ୟବିଦ୍ୟାଳୟ ଗୁଡିକୁ ମଧ୍ୟ ପର୍ଯ୍ୟା ୟ କ୍ରମେ ଜମି ପଟ୍ଟା ଯୋଗାଇଦିଆଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର କହିଛନ୍ତି l

Leave a comment

Your email address will not be published. Required fields are marked *