#Breaking News #Uncategorized

ନାବାଳିକା ଦୁଷ୍କର୍ମ ଅଭିଯୋଗ ରେ ଅବସର ପ୍ରାପ୍ତ ଶିକ୍ଷକ ଗିରଫ

ଫୁଲବାଣୀ ତା,(ସୁନୀଲ ପଟନାୟକ )ଚାରି ବର୍ଷ ର ଶିଶୁ କୁ ଦୁଷ୍କର୍ମ କରିବା ଅଭିଯୋଗ ରେ ପୋଲିସ ଜଣେ ଅବସରପ୍ରାପ୍ତ ଶିକ୍ଷକ ସୁବର୍ଣ ମଲିକକୁ ଗିରଫ କରିଛି lଏଭଳି ଖବର ଆସିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଦଡକି ଗ୍ରାମ ପଂଚାୟତ ଅନ୍ତର୍ଗତ କାଣୀଦଣୀ ଗ୍ରାମରୁ l
ଅଭିଯୁକ୍ତ ସୁବର୍ଣ୍ଣ ମଳିକ ଗତ 22 ତାରିଖ ଦିନ ଗ୍ରାମ ର ଏକ ଚାରି ବର୍ଷର ଝିଅ ଅଙ୍ଗନବାଡି କେନ୍ଦ୍ରରେ ଖେଳୁ ଥିବା ସମୟରେ ତାକୁ ଗେଲ କରିବ ବୋଲି କହି ଏକ ଘରକୁ ନେଇ ତାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ଝିଅଟି ଭୟରେ ଚିତ୍କାର କରିଥିଲା, ଓ ସେହି ସମୟରେ ଜୈନିକା ପୀଡିତା ର ମା ସେଇ ଘର ପାଖରେ କାମ କରୁଥିବା ସମୟରେ ଝିଅର ଚିତ୍କାର ଶୁଣି ଧାଇଁଯାଇ ଦେଖିଲା ବେଳେ ସେଇ ଗ୍ରାମର ସୁବର୍ଣ୍ଣ ମଳିକ,64 ବର୍ଷ, ତାଙ୍କ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗ କରି ଶିଶୁ କନ୍ୟା ର ମା 24 ତାରଖ ଦିନ ସଦର ଥାନାରେ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ | ପୀଡିତା ଙ୍କ ମାଆଙ୍କ ଅଭିଯୋଗ ପ୍ରକାରେ ସଦର ପୋଲିସ କେଶ ନଂ 141/22 ଦଫା 376 / AB IPC ର RW ସେକ୍ସନ 6 (1) ଧାରାରେ କେଶ ରଜୁକରି ଅଭିଯୁକ୍ତ ଙ୍କୁ ଗିରଫ କରି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଥିବା ଜଣା ପଡିଛି | ସଦର ଥାନା ର ସମ୍ବିତ ବେହେରା ଘଟଣାର ତଦନ୍ତ କରୁଛନ୍ତି l

Leave a comment

Your email address will not be published. Required fields are marked *