#Breaking News #Uncategorized

ବିଜେପି ମହିଳା ମୋର୍ଚା କାର୍ଯ୍ୟକାରିଣୀ ବୈଠକ


ଫୁଲବାଣୀ
ରବିବାର କନ୍ଧମାଳ ଜିଲ୍ଲା ବିଜେପି ମହିଳା ମୋର୍ଚା ର କାର୍ଯ୍ୟକାରିଣୀ ବୈଠକ ଫୁଲବାଣି ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା l
ଜିଲ୍ଲା ବିଜେପି ମହିଳା ମୋର୍ଚା ସଭାପତି ତଥା ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକ ରେ ରାଜ୍ୟ ସଭାନେତ୍ରୀ ଶୃତି ପଟନାୟକ, କନ୍ଧମାଳ ପ୍ରଭାରୀ ରଶ୍ମି ପଟନାୟକ, ଅର୍ଚନା ପ୍ରଧାନ, ଜିଲ୍ଲା ବିଜେପି ସଭାପତି, ଜଗନାଥ ସାହୁ,ଉପସଭାପତି ରମେଶ ମହାନ୍ତି, ଦେଵନାରାୟଣ ପ୍ରଧାନ, ପ୍ରମୁଖ ଯୋଗ ଦେଇ ଅଧିକ ରୁ ଅଧିକ ମହିଳା ମାନଙ୍କୁ ସାମିଲ କରି ବିଜେପି ମହିଳାମୋର୍ଚା କୁ ଅଧିକ ସୁଦୃଢ କରିବା ଲାଗି ମତଦେଇଥିଲେ l
ଏଥି ସହ ମହିଳା ମାନେ ଯେପରି ସୁରକ୍ଷିତ ରହିବେ, ଓ ସେମାନଙ୍କ ସମସ୍ୟା ପ୍ରତି ଦଳ ଦ୍ରୁଷ୍ଟି ଦେବା
ସଂଗେ ମହିଳା ମନେ ଯେପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପ୍ରତି ଦୃଷ୍ଟିଦେବା ପାଇଁ ମତବ୍ୟକ୍ତ କରିଥିଲେ l
ଏହି ବୈଠକ ରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *