#Breaking News

ଆବାସିକ ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଏବିଭିପି

ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଞ୍ଚଳ ରଏକ ଆବାସିକ ବିଦ୍ୟାଳୟର ଜଣେ ନାବାଳିକା ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ସହିତ ସମ୍ପୃକ୍ତ ବିଦ୍ୟାଳୟ ର କର୍ତ୍ତୃପକ୍ଷ ଙ୍କ ବିରୁଦ୍ଧରେ ମଧ୍ୟ୍ୟ କଡା କାର୍ଯ୍ୟାନୁଷ୍ଠାନ ଦାବୀ କରି ମଙ୍ଗଳବାର ଏବିଭିପି ପକ୍ଷରୁ କନ୍ଧମାଳଜିଲ୍ଲାର ଛାତ୍ରୀ ପ୍ରମୁଖ ତଅପୋଇ କହଁର ଙ୍କ ନେତୃତ୍ୱରେ ଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ଫୁଲବାଣୀ ନଗର ସହ -ସମ୍ପାଦକ ଅମିତ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅହଲ୍ୟା ମାଝୀ, ଜିଲ୍ଲା ସହ ସଂଯୋଜିକା ରାଜନନ୍ଦିନୀ ସାହାଣୀ, ଜିଲ୍ଲା ସଂଗଠନ ସମ୍ପାଦକ ଟୁକୁନା ମଲ୍ଲିକ ଯୋଗ ଦେଇଥିଲେ l
କନ୍ଧମାଳ ଜିଲାରେ ବିଭିନ୍ନ ସମୟରେ ଆବାସିକ ବିଦ୍ୟାଳ ୟ ରେ ନାବାଳିକା ଛାତ୍ରୀ ମା ନେ ସନ୍ତାନପ୍ରସଵ କରିବା, ଗର୍ଭବତୀ ହେବା ଘଟଣାକୁ ଏବିଭିପି ନିଂଦା କରିବାସହ ଶିକ୍ଷା ବିଭାଗ କତୃପକ୍ଷ ଓ ପ୍ରଶାସନିକ ଅବହେଳା, ଦାଇତ୍ୱ ହୀନତା କୁ ଦାୟୀ କରିଛି lଆଗକୁ ଯେପରି ଏଭଳି ଘଟଣା ର ପୁନରାବୃତି ନ ହେଵସେଥିପାଇଁ ଦୃଢ଼ ପଦକ୍ଷେପ ନେବା ଜରୁରୀ ବୋଲିବିଦ୍ୟାର୍ଥୀ ପରିଷଦ କହିଛି l

Leave a comment

Your email address will not be published. Required fields are marked *