#Breaking News

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା ଦିବସ


ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l
ଏହି ଅବସର ରେ ନାଟକ -ଏକ ଜୀବନ୍ତ ପ୍ରତିଛବି ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l
ବନାନୀ କଳାସଙ୍ଗମ ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ
ମୁଖ୍ୟ ଆଲୋଚକ ଭାବେ ସାହିତ୍ୟିକ, ନାଟ୍ୟକାର ପଣ୍ଡିତ ଡ଼ଃ. ଅନନ୍ତ ଚରଣ ମିଶ୍ର, ଆଇନଜୀବୀ ତଥା ନାଟ୍ୟ ପ୍ରେମୀ ବିଜୟ କୃଷ୍ଣ ପଟନାୟକ, ସଙ୍ଘର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା,କଳାକାର ସଙ୍ଘ ସଭାପତି ଅକ୍ଷୟ କର୍ଣ, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ପ୍ରମୁଖ ଯୋଗ ଦେଇ ଆଜିର ଇଲେକ୍ଟ୍ରୋନିକକ୍ସ ଯୁଗରେ ଡ୍ରାମା, ଥି ଏଟର, ଓ ଅନ୍ୟାନ୍ୟ ଲୋକ କଳା ପ୍ରତି ଲୋକଙ୍କ ଆଗ୍ରହ ଧୀରେ ଧୀରେ କମି ଯାଉଥିବା ରୁ ପୂର୍ବପରି ଡ୍ରାମା, ଥିଏଟର ଆଦି କୁ ବଞ୍ଚାଇରଖିବା ଦିଗରେ ପ୍ରୟାସ କରିବା ପାଇଁ ଆହ୍ୱାନ ଦେଇଥିଲେ lବନାନୀ କଳା ସଙ୍ଗମ ପୁଣି ଏ ଦିଗରେ ଉଦ୍ୟମ ଆରମ୍ଭ କରିଥିବା କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବୁଦ୍ଧିଜୀବୀ ତଥା ନାଟ୍ୟପ୍ରେମୀ ନବକୃଷ୍ଣ ରଥ,, ଅବସରପ୍ରାପ୍ତ ପୋଲିସ କମାଣ୍ଡାଣ୍ଟ ନବୀନକିଶୋର ପଣ୍ଡା, ପଞ୍ଚାନନ କହଁର, ନଟରାଜ କଳା ମନ୍ଦିର ମୁଖ୍ୟ ବିନୋଦ କୁମାର ସାହୁ, ପ୍ରମୂଖ କଳା ଓ ସଂସ୍କୃତି କୁ ବଞ୍ଚାଇବା ପାଇଁ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ l
ମିଳିତ ନାଗରିକ ମଞ୍ଚ ଆବାହକ ତଥା ନାଟ୍ୟ ପ୍ରେମୀ, ସାମ୍ବାଦିକ ଅଶୋକ ପରିଡା ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣକରିଥିଲେ l

Leave a comment

Your email address will not be published. Required fields are marked *