#Breaking News

ଜ଼ିଲ୍ଲାସ୍ତରୀୟ ଯୁବଉତ୍ସବ କାର୍ଯ୍ୟକ୍ରମ


ଫୁଲବାଣୀ(ଉଳାପ୍ର )ଫୁଲବାଣୀ ସହରର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜ଼ିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଉପ ଜ଼ିଲ୍ଲାପାଳ ଶେଷ ଦେବ ମିଶ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ରାକେଶ କୁମାର ନାୟକ , ବ୍ଲକ ଉନୟନ ଅଧିକାରୀ ପ୍ରବୀଣ କୁମାର ବ1ଣୁଆ, ଅଧ୍ୟାପକ ବୈକୁଣ୍ଠ ନାଥ ସ୍ୱାଇଂ,ସାଂସଦ ମୁନିସିପାଲଟି ପ୍ରତିନିଧି ଜଳନ୍ଧର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହ୍ନର,ଏବଂନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜ଼ିଲ୍ଲା ଯୁବ ଅଧିକାରୀ ନଭନିତ କୁମାର,ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେ ଇ ଥିଲେ 1 ଅନୁ ଠି ତ କାର୍ଯ୍ୟକ୍ରମ କୁ କନ୍ଧମାଳ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରୁ ୫ ଶହ ଯୁବକ ଓ ଯୁବତୀ ଅଂଶ ଗ୍ରହଣ କରିଥିଲେ1 ଯୁବ ଗୋଷ୍ଠୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କବିତା, ମୋବାଇଲ ଫୋଟ ଗ୍ରାଫି, ବକୃତା, ଯୁବ ସମ୍ବାଦ, ସଂସ୍କୃ ତିକ କାର୍ଯ୍ୟକ୍ରମ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା l ମୁଖ୍ୟ ଅତିଥି ଅନୁ ଥିତ ଦିବସ ର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭ ଉ ଣୀ ମାନଙ୍କୁ ଅବ ଗତ କରିଥିଲେl ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତି ଯୋଗୀ ମାନଙ୍କୁ ଟ୍ରଫି, ପ୍ରମାଣ ପତ୍ର, ଏବଂ ଅର୍ଥ ରାଶି ପ୍ରଦାନ କରା ଯାଇଥିଲା l ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜ଼ିଲ୍ଲା ଯୁବ ଅଧିକାରୀ ନାଭନୀତ କୁମାର ଅନୁଷ୍ଠିତ କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ ଓ ଉଦେଶ୍ୟ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର କାର୍ଯ୍ୟକ୍ରମ ବିଷୟରେ ତା ସହ ଯେଉଁ ପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାରୀ କରିଛନ୍ତି ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ପ୍ରତି ଯୋଗିତା ରେ ଅଂଶ ଗ୍ରହଣ କରିବେ ବୋଲି ଅବଗତ କରିଥିଲେ 1ବୈଠକରେ ରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହ କର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି,ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଯୁବକ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ମନୋଜ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ 1

Leave a comment

Your email address will not be published. Required fields are marked *