#Breaking News

କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇଦିନିଆ କର୍ମଶାଳା ଉଦଯାପିତ, ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ


ଫୁଲବାଣୀ(ସୁନୀଲ ପଟନାୟକ)
ଶୁକ୍ରବାର କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ କର୍ମଶାଳା ଶନିବାର ଉଦଯାପିତ ହୋଇଛି l
ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l
ଏହି ଅବସର ରେ ମୁଖ୍ୟ ଅତୀଥି ଶ୍ରୀସାହୁ ସାମ୍ବାଦିକ ମାନେ ତଥ୍ୟ ଉପରେ ଆଧାରିତ ସଠିକ ଖବର ପ୍ରକାଶ କରିବା ପାଇଁ ପରାମର୍ଶ ଦେଇଥିଲେ l
ଜିଲ୍ଲା ସଭାପତି ସୁନୀଲ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେମୁଖ୍ୟବକ୍ତା ଭାବେ ରାଜ୍ୟର ଜଣା ଶୁଣା ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ, ଯୋଗ ଦେଇ ସାମ୍ବାଦିକଙ୍କ କର୍ତବ୍ୟ, ମୂଲ୍ୟ ବୋଧ ଓ କାର୍ଯ୍ୟ ଶୈଳୀ ଉପରେ ବୁଝାଇଥିଲେ l
ସେହିପରି ସାମ୍ବାଦିକ ଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ମୁଖ୍ୟ ବକ୍ତା ରଥ l ଅନ୍ୟ ମାନଙ୍କମଧ୍ୟରେ ବରିଷ୍ଠ ଆଇନଜୀବି ବିଜୟ ପଟନାୟକ, ସାମ୍ବାଦିକ ରାଧାମୋହନ ମହାପାତ୍ର, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ ପ୍ରମୁଖ ଉପସ୍ଥିତ ଥିଲେ l
ଏହି ଅବସର ରେ ଫୋରମ ପକ୍ଷରୁ ଖଜୁରୀପଡା ତହସିଦାର ଶ୍ରୀମତୀ ସ୍ୱପ୍ନିତା ନାୟକ, ସ୍ବେଛାସେବୀ ସଂଗଠନ ବାନାବାସୀସେବାସମିତି ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଙ୍କ ସମେତ ଫୋରମ ର ସମସ୍ତ ସଦସ୍ୟ, ଉପଦେଷ୍ଟା ଓ କିଛି ବରିଷ୍ଠ ସାମ୍ବାଦିକ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା lଏହି ଅବସର ରେ ଫୋରମ ପକ୍ଷରୁ ଏକ ମୁଖପତ୍ର ସ୍ରୋତ ସ୍ବିନୀ ସାଲୁକି କୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ଉନ୍ମୋଚନ କରିଥିଲେ l
ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ଓ ବ୍ରଜବିହାରୀ ନନ୍ଦ ମଞ୍ଚ ପରିଚାଳନା କରିଥିବାବେଳେ ସମ୍ପାଦକ ସୂର୍ଯ୍ୟ ବେହେରା ସମ୍ପାଦକୀୟ ବିବରଣୀ ପାଠ କରି ଥିଲେ l

Leave a comment

Your email address will not be published. Required fields are marked *