#Breaking News

ଜମିକୁ ଜୋରଜବରଦସ୍ତ ହାତେଇବାକୁ ଉଦ୍ୟମ : ଜମିରେ ହଳ କରି ନଷ୍ଟ କରିଦେଲେ ଫସଲ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ନିର୍ବାଚନ ସମୟର ରାଗ ସୁଝେଇବାକୁ ଯାଇ ନଷ୍ଟ କରିଦେଲେ ଫସଲ । ପଦର ଜମିରେ ଚାଷ କରାଯାଇଥିବା ଫସଲକୁ ହଳ କରି ନଷ୍ଟ କରିଦେଲେ ପ୍ରତିବାଦୀ ଗୋଷ୍ଠୀ । ଏନେଇ ଫସଲ ମାଲିକ ସୁକାନ୍ତ ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଘଟଣାରୁ ପ୍ରକାଶ ଯେ,ସିମନବାଡ଼ି ପଞ୍ଚାୟତ ସ୍ଥିତ ସଲାବାଡ଼ି ଗ୍ରାମର ସୁକାନ୍ତ ପ୍ରଧାନ ଦାରାମିଡିଆ ଜମିରେ ବାପା,ଜେଜେ ଅମଳରୁ ବିଭିନ୍ନ ପ୍ରକାର ଫସଲ ଚାଷ କରିଆସୁଛନ୍ତି । ଅଧିକାଂଶ ସମୟରେ ଧାନ,ହଳଦୀ ସହ ଅନ୍ୟାନ୍ୟ ପନିପରିବା ଚାଷ ମଧ୍ୟ କରୁଛନ୍ତି । କିଛି ମାସ ହେବ ପ୍ରାୟ ୭ ଏକର ରୁ ଊର୍ଦ୍ଧ୍ବ ଜମିରେ ତିଳା ଚାଷ କରିଥିଲେ । ଏଥି ପାଇଁ ସୁକାନ୍ତ ପ୍ରଧାନ କିଛି ସାହୁକାରଙ୍କ ଠାରୁ ଋଣ ଆଣି ଏହି ଚାଷ କରିଥିଲେ । ହେଲେ ଉକ୍ତ ଚାଷ ଜମିରେ ହୋଇଥିବା ତିଳା ଫସଲକୁ ଲାଦାମାଲା ଓ ଆଡିନପାଙ୍ଗା ଗ୍ରାମର କିଛି ବ୍ୟକ୍ତି ୧୫ ରୁ ୨୦ ବଳଦ ହଳ ଆଣି ଉକ୍ତ ଜମିରେ ଚାଷ କରି ଫସଲ ସବୁ ନଷ୍ଟ କରିଦେଲେ । ଫସଲ ନଷ୍ଟ କରିବା ସମୟରେ ସୁକାନ୍ତ ପ୍ରଧାନଙ୍କ ସ୍ତ୍ରୀ ଓ ଭଉଣୀ ଆସି ପ୍ରତିବାଦ କରିଥିଲେ । ହେଲେ ତାଙ୍କ କଥାକୁ କେହି ଗୁରୁତ୍ୱ ନଦେଇ ଚାଷ କରିବା ସହ ଗାଳିଗୁଳଜ କରିଥିଲେ। ଜମିକୁ ଆସିଲେ ପରିବାର ଲୋକଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଏଭଳିକି ସେମାନଙ୍କ ହାତରେ ମାରଣାସ୍ତ୍ର ଥିବାରୁ ସୁକାନ୍ତ ପ୍ରଧାନଙ୍କ ସ୍ତ୍ରୀ ଓ ଭଉଣୀ ଭୟରେ ଘରକୁ ଫେରି ଆସିଲେ । ଏହାର ସୁଯୋଗ ନେଇ ସମସ୍ତ ଫସଲ ନଷ୍ଟ କରି ଦେଇଥିଲେ । ସୁକାନ୍ତ ପ୍ରଧାନ ଏହି ଚାଷ ନିମନ୍ତେ ୫୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ଦେଢ଼ ଲକ୍ଷ ରୁ ୨ ଲକ୍ଷ ଟଙ୍କାର ଫସଲ ଆଦାୟ ହୋଇଥାନ୍ତା ବୋଲି ସୁକାନ୍ତ ପ୍ରଧାନ ଅଭିଯୋଗ କରିଥିଲେ । ଏଭଳିକି ଫସଲ ନଷ୍ଟ ହେବା ଫଳରେ ସାହୁକାରକୁ କିଭଳି ଟଙ୍କା ସୁଜିବେ ସେନେଇ ସେ ଚିନ୍ତାରେ ରହିଛନ୍ତି । ପଞ୍ଚାୟତ ନିର୍ବାଚନ ହେବାର ୭ ମାସ ବିତିଯାଇଥିଲେ ସୁଦ୍ଧା ନିର୍ବାଚନ ରାଗ ରଖି ବର୍ତ୍ତମାନ ଏଭଳି ଫସଲ ନଷ୍ଟ କରିବା ସହ ମୋ’ ଜମି କୁ ଜୋରଜବରଦସ୍ତ ହାତେଇବାକୁ ଚେଷ୍ଟା କରୁଥିବା ସୁକାନ୍ତ ଅଭିଯୋଗ କରିଛନ୍ତି । ଏଣୁ ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ସହ ନ୍ୟାୟ ପ୍ରଦାନ କରିବା ପାଇଁ ସୁକାନ୍ତ ପ୍ରଧାନ ଥାନାର ଆଶ୍ରୟ ନେଇଛନ୍ତି।

Leave a comment

Your email address will not be published. Required fields are marked *