#Breaking News

ଶିଶୁକନ୍ୟାକୁ ଦୁର୍ଷ୍କମ ଅଭିଯୋଗ ରେ ୬୪ ବର୍ଷର ବୃଦ୍ଧ ଗିରଫ


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ସଦରଥାନା ଅଞ୍ଚଳରେ ଜଣେ ୪ ବର୍ଷର ଅଙ୍ଗନୱାଡ଼ି ପଢୁଥିବା ଝିଅକୁ ସେହି ଗ୍ରାମର ଜଣେ ୬୪ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୁଲିସ୍‌ ଏହି ଘଟଣାରେ ସଂପୃକ୍ତ ବୃଦ୍ଧକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ଗିରଫ ବୃଦ୍ଧ ଜଣକ ହେଲେ ସୁବର୍ଣ୍ଣ ମଲିକ । ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ ବୋଲି ପୁଲିସ୍‌ ସୂଚନା ଦେଇଛି । ସୂଚନା ଅନୁଯାୟୀ ଗତ ୨୨ ତାରିଖ ଦିନ ଝିଅଟି ନିଜ ଘର ପାଖରେ ଖେଳୁଥିଲା । ତାଙ୍କର ମାଆ ଘର ପଛ ପାଖରେ କାମ କରୁଥିଲେ । ଏହାର ସୁଯୋଗ ନେଇ ସୁବର୍ଣ୍ଣ ଝିଅକୁ ଘରକୁ ଡାକିନେଇ ଦୁଷ୍କର୍ମ କରିବା ସମୟରେ ମା’ ଦେଖିଦେଇ ପାଟିକରିଥିଲେ । ଫଳରେ ସୁବର୍ଣ୍ଣ ସେଠାରୁ ଫେରାର୍‌ ହୋଇଯାଇଥିଲ । ଏନେଇ ଝିଅର ମାଆ ୨୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ବୃଦ୍ଧକୁ ଗିରଫ କରିଛି ।

Leave a comment

Your email address will not be published. Required fields are marked *