#Breaking News

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ


ଫୁଲବାଣୀ (ସୁନୀଲ ପଟନାୟକ )
ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି l
ଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି ଦେଇଛି l
ବିଜେଡି ସୁପ୍ରିମୋ ନବୀନ ପଟନାୟକ ଙ୍କ ନିର୍ଦେଶକ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଆଜି ଏହି ନିଜୁକ୍ତିଦେଇଛନ୍ତି l
ବିଜୟ ଜଣେ ଦକ୍ଷ ସଂଗଠକ ଭାବେ ପରିଚିତ l ସେ ବିଜେଡ଼ି ର ସାଧାରଣ ସମ୍ପାଦକଅଛନ୍ତି l ଏଥିପୂର୍ବରୁ ସେ ଢେଙ୍କାନାଳ ଜିଲା ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ରହି ଥିଲେ l
ବିଜୟ ଙ୍କ ନିଯୁକ୍ତି ଦେବାପରେ ଜିଲ୍ଲାବିଜେଡି ସଭାପତି ସରୋଜ କୁମାର କର୍ଣ, ନଗରସଭାପତି ସୁଧୀର କହଁର, ନଗରଯୁବ ବିଜେଡି ସଭାପତି ପାର୍ଥବିଶ୍ୱାଳ, ଯୁବ ବିଜେଡି ସଭାପତିବିଷ୍ଣୁ ଚରଣ ମଲ୍ଲିକ , ସଂଖ୍ୟାଲଘୁ ସମ୍ପ୍ରଦାୟ ନେତାମହମଦ ୟାସୀ ନ ଙ୍କ ସମେତ ବହୁ ବିଜେଡି ନେତା ଓ ବିଧାୟକମାନେ ସ୍ୱାଗତଜଣାଇଛନ୍ତି l
ବିଜୟ ଙ୍କ ନେତୃତ୍ୱ ରେ ଜିଲାରେ ସଂଗଠନଅଧିକ ସୁଦୃଢ ହେବା ସହ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳ ପୂର୍ବାପେକ୍ଷା ଭଲ କରିବ ଓ ପୂର୍ବାପେକ୍ଷା ଅଧିକ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିବ ବୋଲି ଏହିନେତାମାନେ ଆଶା ପ୍ରକଟକରିଛନ୍ତି l

Leave a comment

Your email address will not be published. Required fields are marked *