#Breaking News

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର


ଫୁଲବାଣୀ (ସୁନୀଲ ପଟନାୟକ )
ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩ ଜଣ ଯା କ ଗୁରୁତର ଆହତ ହୋଇଥିଲେ l
ଖବର ପାଇ. ବାବା ମୁଣ୍ଡା ସୁର ଯୁବକ ସଙ୍ଘ ର କର୍ମକର୍ତା ମାନେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଜଙ୍ଗଲ ରୁ ଆମ୍ବୁଲାନ୍ସ ଯାଏ ଆଣି ଥିଲେ lସମସ୍ତଙ୍କୁ ଚିକିତ୍ସା ପାଇଁ ବ୍ରାହ୍ମଣ ପାଦ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି l
ଆହତ ଛାତ୍ର ମାନେ ହେଲେ ଯୁକ୍ତ ୨ ଛାତ୍ର ଧିରେନ ଡିଗାଲ, ୧0ମ ଶ୍ରେଣୀ ଛାତ୍ର ପିଙ୍କୁ ମଳିକ, ଓ ଅଷ୍ଟମ ଶ୍ରେଣୀ ଛାତ୍ର ପଞ୍ଚାନନ ବେହେରା ବୋଲି ଜଣା ପଡ଼ିଛି l

Leave a comment

Your email address will not be published. Required fields are marked *