#Breaking News

କନ୍ଧମାଳ ର ୩ ଅତିରିକ୍ତ ତହସିଲଦାର ପାଇଲେ ଓଏଏସ


ଫୁଲବାଣୀ (ସୁନୀଲ ପଟନାୟକ )
ଓ ଏ ଏସ ଫୁଲବାଣୀ ସହର ର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ୩ ଜଣ ଅତିରିକ୍ତ ତହସିଲଦାର ଓ ଏ ଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି l
ଗତକାଲି ପ୍ରକାଶ ପାଇଥିବା ଓଏ ଏସ ତାଲିକା ରେ ଏମାନଙ୍କ ନାମ ରହିଛି l
ସେମାନେ ହେଲେ ବୀରେନ୍ଦ୍ର କୁମାର ତ୍ରିପାଠୀ ଅତିରିକ୍ତ ତହସିଲଦାର ବାଲିଗୁଡା, ମାନସ ରଞ୍ଜନ ମଲ୍ଲିକ ଅତିରିକ୍ତ ତହସିଲଦାର, ଜି ଉଦୟଗିରି ବର୍ତମାନ ବାଲିଗୁଡା ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଆସିଷ୍ଟlଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ, ଓ ତପନ କୁମାର ମଲ୍ଲିକ, ଅତିରିକ୍ତ ତହସିଲଦାର ଫିରିଙ୍ଗିଆ l
ଓ ଏ ଏସ ପାଇବା ପରେ ଏମାନଂକୁ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ବାଲିଗୁଡା ଉପଜିଲାପାଳ ଦୁଃଖ ବନ୍ଧୁ ନାୟକ, ଙ୍କ ସମେତ ବହୁ ପଦସ୍ତ ଅଫିସର, କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି l
କଠିନ ପରିଶ୍ରମ, ଆଗ୍ରହ, ଆଉ ନିଷ୍ଠା ଯୋଗୁଁ ଏହି ସଫଳତାପାଇଥିବା ସେମାନେ କହିଛନ୍ତି l

Leave a comment

Your email address will not be published. Required fields are marked *