#Breaking News

ଶିଶୁ ସମାଚାର ପକ୍ଷରୁ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ


ଭୁବନେଶ୍ୱର, (ଉଲ୍ଲାପ୍ର )ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ଙ୍କ ଜୟନ୍ତୀ ତଥା ବିଶ୍ୱ ବିଦ୍ୟାର୍ଥୀ ଦିବସ ପରିପ୍ରେକ୍ଷୀରେ ଶିଶୁ ସମାଚାର ପକ୍ଷରୁ ପୋଲିସ ଲାଇନ ସ୍କୁଲ ରେ ବିଦ୍ୟାଳୟ ସ୍ତରୀୟ ବକ୍ତୃତା “କଲାମ ଙ୍କ ସମାଜ ପାଇଁ ଅବଦାନ ”ଓ ଚିତ୍ରାଙ୍କନ “କଲାମ ଙ୍କ ସର୍ବଶ୍ରେଷ୍ଟ କୃତି “ଉପରେ ପ୍ରତିଯୋଗିତା ହୋଇଯାଇଛି. ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ. ମୁଖ୍ୟ ଅତିଥି ପ୍ରଧାନ ଶିକ୍ଷକ ଶିବରାମ ମିଶ୍ର, ବାରେଣ୍ୟ ଅତିଥି ମନୋଜ ରଥ, ଚକ୍ରଧର ମହାପାତ୍ର, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା,ଆଡ଼ଭୋକେଟ ଶରତ କୁମାର ରାୟଗୁରୁ, ବିଜୟ ପଣ୍ଡା ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭା ବିକାଶ ପାଇଁ ଶିଶୁ ସମାଚାର ଏଇ ଭଳି ପ୍ରତିଯୋଗିତା ଆୟୋଜନ କରିଥିବାରୁ ତାର ପ୍ରଶଂସା କରିଥିଲେ.ପୋଲିସ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିବରାମ ମିଶ୍ର ଙ୍କୁ ଶିଶୁ ସମାଚାର ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା.ପ୍ରତିଯୋଗିତା ରେ ରେଣୁକା ମିଶ୍ର, ସୁକାନ୍ତ ମହାନ୍ତି,ବଲଭଦ୍ର ପୂଜାପଣ୍ଡା,ସଂଘମିତ୍ରା ଦାଶ ଦୁର୍ଗାମାଧବ କର, ସତ୍ୟ ପାଢ଼ୀ ସସ୍ମିତା ମହାରଣା ବିଚାରକ ଭାବେ ଯୋଗ ଦେଇଥିଲେ. ବକ୍ତୃତା ରେ ଆଦର୍ଶ ବିଦ୍ୟାଳୟ ସତ୍ୟବାଦୀ ର ସୁଶ୍ରୀ ସିମରଣ ମହାପାତ୍ର ପ୍ରଥମ, ଚନ୍ଦନ ପୁର ନୋଡାଲ ସ୍କୁଲ ର ପ୍ରିୟାଶୀ ସାହୁ ଦ୍ୱିତୀୟ, ଜାଭିଆର ସ୍କୁଲ ର ଆସ୍ଥା ରଥ ତୃତୀୟ ସ୍ଥାନ ଓ ଚିତ୍ରାଙ୍କନ ରେ କେନ୍ଦ୍ରୀୟ ବିଦ୍ୟାଳୟ ର ଅନ୍ୱେଷା ପଟନାୟକ ପ୍ରଥମ, ଉଦିପ୍ତା ଉପାସନା ଦ୍ୱିତୀୟ, ଶ୍ରଦ୍ଧା ସ୍ୱରୂପ ନନ୍ଦ ତୃତୀୟ ସ୍ଥାନ ପାଇଛନ୍ତି. ଆସନ୍ତା ଅକଟୋବର 15ତାରିଖ ବିଶ୍ୱବିଦ୍ୟାର୍ଥୀ ଦିବସ ସୁଖଲତା ବାଳିକା ବିଦ୍ୟାଳୟ ଗଉଡ଼ବାଦ ସାହି ରେ ପାଳନ ବେଳେ ସମସ୍ତ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି. ଏହି କାର୍ଯ୍ୟକ୍ରମ ରେ ସତ୍ୟ ସାହୁ, ଶୁଭଜିତ ପଣ୍ଡା, ଦିବାକର ଦଳେଇ, ସତ୍ୟ ମଲିକ ସହଯୋଗ କରିଥିଲେ. ସଦୟ ପ୍ରକାଶନ ନିମନ୍ତେ ସୁକାନ୍ତ ପଣ୍ଡା

Leave a comment

Your email address will not be published. Required fields are marked *