#Breaking News

କାଲିଗାଡୁ ହିଲ ଟପ ରେ ଜିଲ୍ଲାପାଳ ପର୍ଯ୍ୟଟନ ଉପରେ କଲେ ଫୋକସ


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିବାର ମାସ ଦୁଇଟାବି ନ ପୂରୁଣୁ ଜିଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଓ ପର୍ଯ୍ୟଟନ ର ବିକାଶ ଉପରେ ଯଥେଷ୍ଟ ଗୁରୁତ୍ବ ଦେଇ ବିଭିନ୍ନ ଯୋଜନା ମାନ ହାତକୁ ନେଉଛନ୍ତି l
ଗତ କାଲି ଜିଲ୍ଲାପାଳ ପାଟିଲ ହଟାତ ଜି. ଉଦୟଗିରି ଗସ୍ତ ରେ ଯାଇ ମଲ୍ଲିକ ପୋଡି ପଂଚାୟତ ଅନ୍ତର୍ଗତ କାଲି ଗାଡ଼ୁ ହିଲ ଟପ କୁ ଯାଇ କିଛିସମୟ ବୁଲାବୁଲି କରିବା ସହ ଏହାକୁ ପର୍ଯ୍ୟଟନ କ୍ଷେତ୍ର ର ମାନ୍ୟତା ଦିଆଯିବ ବୋଲି କହିଥିଲେ l ସେଥିପାଇଁ ଏଠାକୁପର୍ଯ୍ୟଟକ ମାନେ ସୁବିଧାରେ ଆସିବା ପାଇଁ ରାସ୍ତା, ପାନୀୟ ଜଳ ବ୍ୟବସ୍ଥା, ହିଲ ଟପ ରେ ସୁରକ୍ଷା ପାଇଁ ବେରିକେଟ ନିର୍ମାଣ, ବସିବା ପାଇଁ ବେଞ୍ଚ,ସୋଲାର ଆଲୋକ ବ୍ୟବସ୍ଥା, ପାର୍କିଙ୍ଗ, ଆଦି ଅତିଶୀଘ୍ର ନିର୍ମାଣ କରି ବା କୁ ବିଡ଼ିଓ ଓ ଯନ୍ତ୍ରୀ ଙ୍କୁ ନିର୍ଦେଶଦେଇଥିଲେ l
ଏସବୁ ନିର୍ମାଣ ହେଲେ ଆଗକୁ ଜିଲ୍ଲା ଓ ରାଜ୍ୟବାହାର ପର୍ଯ୍ୟଟକ ବହୁ ସଂଖ୍ୟାରେ ଆସିବେ ଓ ଜିଲ୍ଲା ରେ ପର୍ଯ୍ୟଟନ ଶିଳ୍ପ ର ବିକାଶ ସଂଭଵ ହୋଇପାରିବ ବୋଲି କହିଥିଲେ ଜିଲ୍ଲାପାଳ ପାଟିଲ l ଏଥି ପୂର୍ବରୁ ପୂର୍ବତନ ଜିଲ୍ଲା ପାଳ ଡା. ଵୃନ୍ଦା ଡ଼ି ମଧ୍ୟ ହିଲ ଟପ କୁ ଯାଇ ଏହାର ଭିତ୍ତି ଭୂମି ର ବିକାଶ ପାଇଁ ବିଡ଼ିଓ ଓ ଯନ୍ତ୍ରୀ ଙ୍କୁ ନିର୍ଦେଶଦେଇଥିଲେ ମଧ୍ୟ ଦୁରଦୃଷ୍ଟି ର ଅଭାବ, ଅନାଗ୍ରହ ଯୋଗୁଁ ଆଖି ଦୃଶିଆ କାର୍ଯ୍ୟ କିଛି ହୋଇପାରିନଥିଲା l
ପ୍ରଚାରପ୍ରସାର ପାଇଁ ମଧ୍ୟ ବ୍ଲକ ପକ୍ଷରୁ ଦ୍ରୁଷ୍ଟି ଦିଆଯାଇନଥିବା ଅଭିଯୋଗ ହୋଇଛି l
ବର୍ତମାନ ଜିଲାପାଳ ଙ୍କ ଆନ୍ତରିକତା, ଆଗ୍ରହ ଥିବା ଫଳରେଏହା ସଂଭଵ ହେବ ନିଶ୍ଚୟ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି l

Leave a comment

Your email address will not be published. Required fields are marked *