ବାଲ୍ୟ ବିବାହ କୁ ନା ପାଠ ପଡ଼ିବା କୁ ହଁ, ଦିଲ୍ଲୀରେ ଆଲୋଚନା ଚକ୍ର ରେ ଭାଗ ନେଇଫେରିଲେ ସୁପ୍ରଭା

Udaya_Labanya | October 16, 2022 | 11 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ବିଶ୍ୱ ଶିଶୁକନ୍ୟା ଦିବସରେ ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଭାଗ ନେବା ପାଇଁ ଡାକରା ପାଇ ଯାଇଥିବା କନ୍ଧମାଳ କେଲପଡା ଗ୍ରାମର ସୁପ୍ରଭା ବେହେରା ଫେରିଛନ୍ତି l
ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ସେମିନାରରେ ଅଂଶଗ୍ରହଣ କରିଥିଲେସେ । ସୁପ୍ରଭା ବାଲ୍ୟ ବିବାହ ନିରୋଧ ଓ କିଶୋରୀ ବାଳିକା ଅଧିକାର ନେଇ ଜିଲାରେ ସଚେତନତା ସୃଷ୍ଟିକରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରି ଛନ୍ତି। ଫଳରେ କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣ କ୍ରମେ ସୁପ୍ରଭା ବାପା ଉଦୟ ବେହେରାଙ୍କ ସହ ଦିଲ୍ଲୀ ଗସ୍ତ କରିଥିଲେ । କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଏକ ଗରିବ ମୁଲିଆ ପରିବାରର ଝିଅ ସୁପ୍ରଭା ଦିଲ୍ଲୀ ଯାଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଙ୍କୁଭେଟିବା ପରେ ନିଜକୁ ଗର୍ବିତ ମନେକରିବା ସହ ଆଗକୁ ଏ ଦିଗରେ କାର୍ଯ୍ୟକରିବାକୁ ପ୍ରେରଣା ମିଳିଥିବା ସୁପ୍ରଭା କହିଛନ୍ତି l ଏଥି ସହ ଆଲୋଚନା ବେଶ ସକାରାତ୍ମକ ଥିଲାବୋଲି କହିଛନ୍ତି ସୁପ୍ରଭାl ସୁପ୍ରଭା ଙ୍କୁ ଏବେ ସବୁ ଆଡୁ ପ୍ରଶଂସା ର ସୁଅ ଛୁଟିଛି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories