#Breaking News

ଅନ୍ଵେଷା ଆବାସିକ ହଷ୍ଟେଲ ସପ୍ତମ ଶ୍ରେଣୀ ଛାତ୍ର ମୃତ୍ଯୁଘଟଣାର ତଦନ୍ତ ନିର୍ଦେଶ


ଫୁଲବାଣୀ (ସୁନୀଲ ପଟନାୟକ )
ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଫୁଲବାଣୀ ସହରରେ ଥିବା ଅନ୍ଵେଷା ହଷ୍ଟେଲ ରେ ରହି ଇଂରାଜି ମିଡ଼ିୟମ ସ୍କୁଲ ରେ ପାଠ ପଢ଼ୁଥିବା ସପ୍ତମଶ୍ରେଣୀ ଛାତ୍ର ସୁମନ ଜିତ ବଳିୟାରସିଂ ଙ୍କ ମୃତ୍ଯୁ ଘଟଣା ର ତଦନ୍ତ ନିର୍ଦେଶଦେଇଛନ୍ତି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ lହଷ୍ଟେଲ ଛାତ୍ର ର କିଭଳି, କାହିଁକି ଓ କେଉଁ ପରିସ୍ଥିତି ରେକିପରି ମୃତ୍ଯୁ ଘଟିଲା,ତାର ସ୍ୱାସ୍ଥ୍ୟ ର ଯତ୍ନ ଓ ଆବଶ୍ୟକ ଚିକିତ୍ସା ଠିକ ଭାବେ ନିଆଯାଉଥିଲା କି ନାହିଁ, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାଲାଗି ଜିଲ୍ଲା ଗ୍ରମମଙ୍ଗଳ ଅଧିକାରୀ ଓ ଉପଜିଲାପାଳ କରିବା ଲାଗିନିର୍ଦେଶ ଦେଇଥିବା ଜଣା ପଡ଼ିଛି l
ତେବେ,ମୃତ୍ଯୁ ର ପାଖାପାଖି ମାସେ ବିତିଯାଇଥିଲେ ବି ଦଶହରା ଲାଗି ସ୍କୁଲ ଛୁଟି ଥିବା ଫଳରେ ତଦନ୍ତ କାର୍ଯ୍ୟ ଆଗେଇ ପାରିନଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି l
ମୃତ ଛାତ୍ରର ଘର ସୁମନ ଙ୍କ ଘର କୋଟଗଡ଼ ବ୍ଲକ ର ସିନ୍ଧିଗୁଡା ଗ୍ରାମରେ l
ତେବେ ହଷ୍ଟେଲ ରେ ଗତ ୨୧ତାରିଖ ଦିନ ହଟାତ ସୁମନ ର ବେକ ରେ ଯନ୍ତ୍ରଣା ହେବା ସହ ମୁଣ୍ଡ ବୁଲାଇଥିଲା l ଏ ନେଇ ହଷ୍ଟେଲ କତୃପକ୍ଷ ଜାଣିବା ପରେ ସଂଗେସଂଗେ କାଳ ବିଳମ୍ବ ନ କରି ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ l
ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ବଡ଼ ଡାକ୍ତର ଖାନା କୁ ରେଫେର କରିଥିଲେ l
ତେବେ ଆମ୍ବୁଲାନ୍ସ ରେ ନେବା ବାଟରେ ଭଞ୍ଜନଗର ଠାରେ ଅସୁସ୍ଥ ହୋଇପଡିବା ରୁ ଭଞ୍ଜନଗର ଉପଖଣ୍ଡ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁମନ ର ମୃତ୍ଯୁ ଘଟିଥିଲା lପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବରଦିଆଯିବା ପରେ ପରିବାର ଲୋକେ ଭଞ୍ଜନଗର ପହଞ୍ଚି ସୁମନ ର ମୃତ ଦେହ ଗ୍ରହଣ କରିଥିଲେ l ସୁମନ ର ଚିକିତ୍ସା ରେ କୌଣସି ପ୍ରକାର ଅବହେଳା ପ୍ରଦର୍ଶନ କରାଯାଇନଥିବା
ବିଭାଗୀୟ ଜଣେ ଅଧିକାରୀ କହିଛନ୍ତି lଅନ୍ଵେଷା ହଷ୍ଟେଲ ରେ ଛାତ୍ର ଛାତ୍ରୀମାନଂକୁ ଉନ୍ନତ ମାନର ଖାଦ୍ୟ ପ୍ରଦାନ ସହ ସ୍ଵଛତା ଓ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଉଥିବା କହିଛନ୍ତି ହଷ୍ଟେଲ କତୃପକ୍ଷ lଅନ୍ୟ ପକ୍ଷରେ
ଚିକିତ୍ସା ରେ ଅବହେଳା ପ୍ରଦର୍ଶନ କରିବା ଯୋଗୁଁ ପୁଅର ମୃତ୍ଯୁ ଘଟିଲା ବୋଲି ମୃତ ସୁମନର ବାପା ସୁକାନ୍ତ ବଳିୟାରସିଂ ଅଭିଯୋଗ କରିଛନ୍ତି l ତେବେ ସୁମନ ର ପୂର୍ବରୁ ଦେହ ଖରାପ ଥିବ , ଆଉ ଡାକ୍ତର ଙ୍କୁ ଦେଖାଇନଥିବେ ନ ହେଲେ, ହଟାତ ଜଣେ ସୁସ୍ଥ ଥିବା ଛୋଟ ପିଲା ର ମୃତ୍ଯୁ କାହିଁକି ହେବ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି l
ଛାତ୍ର ମୃତ୍ଯୁ ଘଟଣା ର ନିରପେକ୍ଷ ତଦନ୍ତ କରାଯିବା ସହ ହଷ୍ଟେଲ ରେ ଛାତ୍ର ଛାତ୍ରୀ ମାନଙ୍କନିୟମିତ ସ୍ୱାସ୍ଥ୍ୟ ପରିକ୍ଷା ସହ ସେମାନେ ଯେପରି ସୁସ୍ଥ ରହିବେ ସେଥିପ୍ରତି ହଷ୍ଟେଲ କତୃପକ୍ଷ ଯତ୍ନ ବାନ ହେବା ଜରୁରୀ l

Leave a comment

Your email address will not be published. Required fields are marked *