#Breaking News

ବିଜେଡି ସଂଗଠନ ଅଧିକ ଶକ୍ତିଶାଳୀ କରିବାକୁ ପର୍ଯ୍ୟବେକ୍ଷକ ଙ୍କ ପରାମର୍ଶ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳ ଯେପରି ଅଧିକ ମଜଭୁତ ଓ କ୍ରିୟାଶୀଳ ହେବ ସେଥିପାଇଁ ଦଳୀୟ ନେତା ଓ କର୍ମୀ ମାନେ ନିଷ୍ଠା ଓ ଆନ୍ତରିକତା ଓ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଲାଗି କନ୍ଧମାଳ ଜିଲ୍ଲା ପାଇଁ ନବ ନିଯୁକ୍ତ ଦଳୀୟ ପର୍ଯ୍ୟବେକ୍ଷକ ତଥା ରାଜ୍ୟବଜେଡ଼ି ର ଟାଣୁଆ ତଥା ଜଣାଶୁଣା ନେତା ବିଜୟ ନାୟକ ଶନିବାର କନ୍ଧମାଳ ଗସ୍ତ ରେ ଆସି ଫୁଲବାଣୀଠାରେ ଦଳୀୟ କର୍ମୀ ଓ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି l
ଗ୍ରାମାଞ୍ଚଳ ଠୁ ଆରମ୍ଭ କରି ସହରାଂଚଳ ଯାଏ ଅଧିକରୁ ଅଧିକ କର୍ମୀ ସୃଷ୍ଟି କରିପାରିଲେ ଦଳ ର ସାଙ୍ଗଠନିକ ଶକ୍ତି ବୃଦ୍ଧିପାଇବବୋଲି କହିଥିଲେ l ସେହିପରି ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ସହ ଗ୍ରାମାଞ୍ଚଳ ରଗରିବ ଲୋକେ ଯୋଜନାର ସୁଫଳ ପାଉଛନ୍ତି କିନାହିଁ
ସେସମ୍ପର୍କରେ ପଚାରି ବୁଝିବା ସହ ଲୋକଙ୍କ ନିକଟତର ହେବା ସହ ସେମାନଙ୍କ ପ୍ରିୟ ଭାଜନ ହୋଇପାରିଲେ ଦଳ ପ୍ରତିସମର୍ଥନ ବୃଦ୍ଧିପାଇବଦଳ ମଜଭୁତ ହେବ ବୋଲି କହିଥିଲେl
ସେହିପରି ଫୁଲବାଣୀବିଧାୟକ ଅଙ୍ଗଦ କହଁର ଯୋଗଦେଇ ଛାତ୍ର ଓ ଯୁବ ସଂଗଠନ ଯେପରି ଅଧିକ ଶକ୍ତିଶାଳୀ ହୋଇପାରିବ ସେଥିପ୍ରତି କର୍ମକର୍ତା ମାନେ ଦ୍ରୁଷ୍ଟି ଦେବାଲାଗିପାରମର୍ଶ ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ବିଜୁ ଛାତ୍ର ଜନତା ଦଳ ସଭାପତି, ବିଜୁ ଯୁବ ଜନତା ସଭାପତି, ପୂର୍ବତନ ବିଧାୟକ ତଥା ଯୁବ ନେତା ଦେବେନ୍ଦ୍ର କହଁର, ବିଜେଡି ନେତା ତଥା ଆଇନଜୀବୀ ଶିବ ପ୍ରସାଦ ତ୍ରିପାଠୀ ପ୍ରମୂଖଯୋଗ ଦେଇ ସଙ୍ଗଠନକୁସୁଦୃଢ କରିବା ଦିଗରେ ଶୂଚିନ୍ତିତ ପରାମର୍ଶ ଦେଇଥିଲେ l
ସେହିପରି ବିଜୁ ମହିଳା ସଂଗଠନ କୁ ଅଧିକ ସୁଦୃଢ଼ ଓ ଶକ୍ତିଶାଳୀ କରିବା ନେଇ ସଂଗଠନ ରକର୍ମକର୍ତା ମାନଙ୍କ ସହ ପର୍ଯ୍ୟ ବେକ୍ଷକ ନାୟକ ଆଲୋଚନା କରି ସୁଚିନ୍ତିତ ଓ ଗଠନ ମୂଳକ ପରାମର୍ଶ ଦେଇଥିଲେ l

Leave a comment

Your email address will not be published. Required fields are marked *