ଅନ୍ଵେଷା ଛାତ୍ର ମୃତ୍ଯୁ ଘଟଣା ରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ

Udaya_Labanya | October 17, 2022 | 16 views |0 | Breaking News


ଫୁଲବାଣୀ
ଅନ୍ଵେଷା ହଷ୍ଟେଲ ଛାତ୍ର ମୃତ୍ଯୁ ଘଟଣାର ତଦନ୍ତ ଚାଲିଛି, ତଦନ୍ତ ରିପୋର୍ଟ ଆସିବାପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା ଗ୍ରମମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ସୂଚନା ଦେଇଛନ୍ତି l ତେବେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ତାହା ଆଗକୁ ଜଣାପଡିବ l
ପୁଅ ମୋର ଇଂରାଜୀ ମାଧ୍ୟମ ସ୍କୁଲ ରେ ପାଠ ପଢିବ,ବଡ଼ ଚାକିରୀ କରିବ, ଭଲ ମଣିଷ ଟିଏ ହେବ, ଆଉ ପରିଣତ ବୟସ ରେ ବାପା ମା କୁ ପୋଶିବ ଭାବି ଘର ଠାରୁ ସୁଦୂର ଦେଢ଼ଶହ କିଲୋମିଟର ଦୂର ରୁ ପୁଅକୁ ଢ଼େର ବୁଝାସୁଝା କରି ଆଣି ଫୁଲବାଣୀ ସହର ରେ ଥିବା ଅନ୍ଵେଷା ଆବାସିକ ବିଦ୍ୟାଳୟ ରେ ସୁମନ ଜିତ ର ନାମ ଲେଖାଇଥିଲେ ବାପା lହେଲେ ଶେଷରେ ପୁଅରମଲା ମୁହଂ ଦେଖିବାକୁ ପଡ଼ିଲା ବୋଲି କୋହ ଭରା ସ୍ୱର ରେ ବାପା ସୁକାନ୍ତ ବଲି ଆର ସିଂ କହିଛନ୍ତି l ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ, ମେଟ୍ରୋନ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅବହେଳା ଓ ଦାଇତ୍ୱ ହୀନତା ଯୋଗୁଁ ପୁଅ ର ମୃତ୍ଯୁ ଘଟିଲା ବୋଲି
ଅଭିଯୋଗ ଆଣିଛନ୍ତିଦୁର୍ଗମ କୋଟଗଡ଼ ବ୍ଲକ ଅନ୍ତର୍ଗତ ଓ ରା ପଂଚାୟତ ର ସିନ୍ଧି ଗୁଡା ଗ୍ରାମର ମୃତ ସୁମନ ଜିତ ବଳିୟାରସିଂ ର ବାପା ସୁକାନ୍ତ ବଳିୟାରସିଂ ଅଭିଯୋଗ କରିଛନ୍ତି lଘଟଣା ର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟlନୁଷ୍ଠାନ ଗ୍ରହଣ କରିବାକୁ ସୁକାନ୍ତ ଦାବୀ କରିଛନ୍ତି l
ଅନ୍ୟ ପକ୍ଷରେ ଜିଲାପାଳ ଏହି ଘଟଣା ର ତଦନ୍ତ ଆଦେଶ ଦେଇଛନ୍ତି l ଉପ ଜିଲାପାଳ ଏହାର ତଦନ୍ତ କରୁଛନ୍ତି l
ତଦନ୍ତ ରିପୋର୍ଟ ପରେ କାର୍ଯ୍ୟା ନୁଷ୍ଠାନ ହେବ ବୋଲି ଜଣା ପଡ଼ିଛି l
ତେବେ ଏହି ଘଟଣାରେ ଦାଇତ୍ୱ ରେ ଥିବା ଶିକ୍ଷକ ଙ୍କୁ ନିଲମ୍ବିତ କରିବା ସହ ଦାଇତ୍ୱ ରୁ ହଟାଇବା ସାଙ୍ଗକୁ ଅନ୍ୟ କେତକ ଙ୍କୁ ବହିସ୍କୃତ ମଧ୍ୟ କରାଯିବା ନେଇ ଶୁଣାଯାଉଛି l
ସେହିପରି ଟିକାବାଲି ଅନ୍ଵେଷା ଆବାସିକ ହଷ୍ଟେଲ ରେ ପୂର୍ବରୁ ଜଣେ ଛାତ୍ର ର ମୃତ୍ଯୁ ହୋଇଥିଲା l ରଙ୍ଗପାରୁ ହଷ୍ଟେଲ ରେ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ ଓ ପରେ ଉଭୟ ମା ଓ ଶିଶୁ ର ମୃତ୍ଯୁ ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା lସେହିପରି କିଛି ବର୍ଷ ତଳେ ଲିଙ୍ଗା ଗଡ଼ ଓ ଦାରିଙ୍ଗବାଡି ବାଳିକା ହଷ୍ଟେଲ ରେ ଛାତ୍ରୀ ସନ୍ତାନ ପ୍ରସବ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା l

ଏଣୁ ଦୁର୍ନିତୀ ଓ ଅନିୟମିତତା ରୋକିବା ସହ ସୁପରିଚାଳନା ପାଇଁ ଜିଲାରେ ଚାଲିଥିବା ହଷ୍ଟେଲ ଗୁଡିକ ର ଦାଇତ୍ୱ ରଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବର୍ଷେକି ଦୁଇବର୍ଷ ମଧ୍ୟରେ ହଟାଇ ନୂତନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଦାଇତ୍ୱ ଦେବା ଜରୁରୀ ବୋଲି ଅଭିଭାବକ ମାନେ ମତ ଦେଇଛନ୍ତି lନହେଲେ ଏହି ଶିକ୍ଷକ ମାନେ ଦୁର୍ନିତୀ ରେ ବୁଡି ପାଠ ଭୁଲିଗଲେଣି କୁଆଡେ ବୋଲି ଶୁଣିବାକୁ ମିଳୁଛି lଜିଲାରେ ବହୁ ଆବାସିକ ବିଦ୍ୟା ଳୟ ରେ ଛାତ୍ରୀ ସନ୍ତାନ ପ୍ରସବ ଘଟଣା, ଓ ଛାତ୍ର ମୃତ୍ଯୁ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ରୁ ବୁଦ୍ଧିଜୀବୀ ଓ ଅବିଭାବକ ମହଲ ରେ ଉଦବେଗ ପ୍ରକାଶ ପାଇଛି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories