#Breaking News

ଆଦିବାସୀ ମହାବିଦ୍ୟାଳୟରେ ନୈତିକ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପରାମର୍ଶ ଶିବିର


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ନିଯୁକ୍ତି ପରାମର୍ଶ କକ୍ଷ ପକ୍ଷରୁ ଏକ ନୈତିକ ଶିକ୍ଷା ଓ ନିଯୁକ୍ତି ସୁଯୋଗ ସମ୍ପର୍କୀୟ ଏକ ଶିବିର ଆୟୋଜିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲା ଲାଇନପଡାର ଯୁବ ମହାକାଶ ବୈଜ୍ଞାନିକ ଅଭିମନ୍ୟୁ ମଲ୍ଲିକ ପାୱାର ପଏଣ୍ଟ ମାଧ୍ୟମରେ ନିଜର ଉଦବୋଧନ ଦେଇ ଛାତ୍ରଛାତ୍ରୀଙ୍କ ସନ୍ଦେହ ମୋଚନ କରିଥିଲେ l ଅଧକ୍ଷ କାର୍ତ୍ତିକ ଚନ୍ଦ୍ର ସୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାଜନୀତି ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଡ଼କ୍ଟର ସୁଶାନ୍ତ କୁମାର ଦାସ ସ୍ୱାଗତ ସମ୍ଭାକ୍ଷଣ ଜଣାଇଥିଲେ l ନିଯୁକ୍ତି ସେଲର ସଂଯୋଜକ ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ତଥା ଆବାହକ ତେଜେଶ୍ୱର ନାୟକ ସଭାର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ l ବାକ ତଥା ‘ମୋ କଲେଜ ଅଭିଯାନ’ର ସଂଯୋଜକ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ଃ ବିଭୁତି ଭୂଷଣ ଆଚାର୍ଯ୍ୟ ଆନ୍ତଃ ଶୃଙ୍ଖଳା ପାଠଚକ୍ର ଆୟୋଜନ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ଆନ୍ତଃ ନିଶ୍ଚିତ ଗୁଣବତ୍ତା ପ୍ରଦାନକାରୀ କଥ୍ୟର ସଂଯୋଜକ ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ସରୋଜ କୁମାର ପାଠୀ ନିଯୁକ୍ତି ସମ୍ପର୍କୀୟ ପରାମର୍ଶ କର୍ମଶାଳା ସମ୍ପର୍କରେ ବିଷାଦ ତଥ୍ୟ ପ୍ରଦାନ କରିଥିଲେ l ଭାରତୀୟ ଜୀବନ ଵୀମାର ଫୁଲବାଣୀ ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ନାୟକ, ଜୟପୁର ଦୁର୍ନୀତି ବିବରଣୀ ବିଭାଗ ଅତିରିକ୍ତ ଆରକ୍ଷୀ ଅଧିକାରୀ ଅନନ୍ତ କୁମାର ମଲ୍ଲିକ , ବାଲିଗୁଡା ବ୍ଲକ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ନିଜ ନିଜ ବକ୍ତବ୍ୟରେ କର୍ମାଭିମୁଖୀ ଶିକ୍ଷାକୁ ଗୁରୁତ୍ୱ ଆରୋପ କରିଥିଲେ l ପ୍ରାଣୀବିଜ୍ଞାନ ବିଭାଗ ଅଧ୍ୟାପକ ହିମାଂଶୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଛାତ୍ରୀ ଶ୍ରୁତିସୁଦ୍ଧା ସାହୁ ନିଜ ଅନୁଭୂତି ବଖାଣିଥିଲେ l ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଏଥିରେ ପ୍ରଥମରୁ ସଭା ଶେଷ ପର୍ଯ୍ୟନ୍ତ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l

Leave a comment

Your email address will not be published. Required fields are marked *