#Breaking News

କନ୍ଧମାଳ ର ଚାରି ବିଡ଼ିଓ ଙ୍କ ପଦନ୍ନୋତି

,
ଫୁଲବାଣୀ,ସୁନୀଲ ପଟନାୟକ )
କନ୍ଧମାଳ ର ଚାରି ବିଡ଼ିଓ ଙ୍କୁ ରାଜ୍ୟ ସରକାର ପଦନ୍ନୋତି ଦେଇଛନ୍ତି l
ସେମାନେ ହେଲେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଫିରିଙ୍ଗିଆ ବିଡ଼ିଓ ରଶ୍ମିରଂଜନ ମହନ୍ତ, ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର, ଖଜୁରୀପଡା ବିଡ଼ିଓ ଅନୁପମା ଘୋଷ,
ଏମାନେ ସମସ୍ତେ ଗ୍ରେଡ଼ A-ଜୁନିଅର ବ୍ରାଞ୍ଚ, ରୁ ସିନିଅର ବ୍ରାଞ୍ଚ କୁ ପଦୋନ୍ନତି ହୋଇଛନ୍ତି l
ନିଜ ନିଜର କାର୍ଯ୍ୟଦକ୍ଷତା, ସଚୋଟତା, ଅଭିଜ୍ଞତା କୁ ଭିତ୍ତି କରି ସରକାର ଏହି ପଦୋନ୍ନତି ଦେଇଥିବା ଜଣା ପଡ଼ିଛି l
ତେବେ ସରକାର ଏହି ସବୁ ବିଡ଼ିଓ ଙ୍କୁ ଅନ୍ୟ ସ୍ଥାନ କୁ ପୋଷ୍ଟିଙ୍ଗ ଅର୍ଡର ଦେଇନଥିବା ରୁ ଏମାନେ ଏହିସ୍ଥାନରେ ରହି କାର୍ଯ୍ୟ କରିବେ l
ପଦୋନ୍ନତ୍ତି ପାଇଥିବାରୁ ଏହି ଅଫିସର ମାନେ ଖୁସି ବ୍ୟକ୍ତ କରିଛନ୍ତି ଆଉ ଆଗକୁ ଲୋକଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ମନୋବଳ ଓ ଆଗ୍ରହ ବଢିବ ବୋଲି କହିଛନ୍ତି ଅଧିକାରୀମାନେ l

Leave a comment

Your email address will not be published. Required fields are marked *