#Breaking News

କ. ନୂଆଗାଁରେ ବି ଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଧନା


ଫୁଲବାଣୀ
କନ୍ଧମାଳ ଜିଲ୍ଲା ପାଇଁ ନବ ନିଯୁକ୍ତ ବିଜେଡ଼ିପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟ ନାୟକ ରଵି ବାର କ ନୂଆଗାଁ ଗସ୍ତ କରିଥିଲେ l କ. ନୂଆଗାଁ ବ୍ଲକ ବିଜେଡ଼ି ପକ୍ଷରୁ ପର୍ଯ୍ୟବେକ୍ଷକ ନାୟକ ଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ l
ବାଲିଗୁଡା ବିଧାୟକ ଚକ୍ରମଣି କହଁର ଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ନେତା ମିଶି ସ୍ଵାଗତ ଜଣାଇଥିଲେ l
ବିଜେଡି ଦଳ ଆଗକୁ ଆହୁରି ଯେପରି
ସୁଦୃଢ଼ହେବା ସହ ସମସ୍ତଙ୍କ ବିଶ୍ୱାସ ଭାଜନ ହୋଇପାରିବ ସେଥି ପ୍ରତି ସମସ୍ତ କର୍ମୀ ଏକଜୁଟ ହୋଇ ନିଷ୍ଠାଓ ଆନ୍ତରିକତାର ସହ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ, ସରପଞ୍ଚ, ଛାତ୍ର ଓ ଯୁବ ବିଜେଡି ନେତାମାନେ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *