#Breaking News

ସାଂସଦ ପ୍ରତିନିଧି ତଥା ବିଜେଡ଼ି ନେତା ଟୁନା ଦାସ ଙ୍କ ବଦାନ୍ୟତା ରୋଗୀସେବାପାଇଁ ମାଗଣା ଆମ୍ବୁଲାନ୍ସ ଯୋଗାଇ ଦେଲେ


ଫୁଲବାଣୀ
ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ତଥା ଵି ଜେଡି ନେତା ଟୁନା ଦାସ ଆଜି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଂକ ଜନ୍ମ ଦିବସ ରେ ନିଜସ୍ୱ ଅର୍ଥରେଏକ ନୂତନ ଆମ୍ବୁଲାନ୍ସ ଉପଖଣ୍ଡ ଡାକ୍ତରଖାନା କୁ ପ୍ରଦାନ କରିଛନ୍ତିl ଏଥିରେ ଅଂଚଳର ଗରିବ ରୋଗୀ ମାଗଣା ସେବା ପାଇପାରିବେ lବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ଉପରେ ସବ ଡିଭିଜନ ଅନ୍ତର୍ଗତ ବାଲିଗୁଡା, ଦାରିଙ୍ଗବାଡି, କୋଟଗଡ଼, ତୁମୁଡିବନ୍ଧ, କ. ନୂଆଗାଁ ଆଦି ବ୍ଲକ ର ଲକ୍ଷାଧିକ ଲୋକ ନିର୍ଭର କରନ୍ତି l
ସେଠାରେସର୍ବଦା ଆମ୍ବୁଲାନ୍ସ ର ଅଭାବ ଲାଗିରହିଥିଲା lବର୍ତମାନ ରୋଗୀ ମାନେ ମାଗଣାରେ (ନିଃଶୁଳ୍କ )ଏହିସେବା ପାଇବେ ଫଳରେ ଟୁନା ଦାସଙ୍କ ଏହି ବଦାନ୍ୟତା ପାଇଁ ତାଙ୍କୁ ସହର ବାସୀ କୃତଜ୍ଞତା ଜଣାଇଛନ୍ତି l ଟୁନା ଦାସ କେବଳ ଜଣେ ରାଜନେତାନୁହନ୍ତି ଜଣେ ସମାଜ ସେବୀ, ଦକ୍ଷ ସଂଗଠକ, ସ୍ବେଛାକୃତ ରକ୍ତଦାତା ଓ ଜଣେ ଦରଦୀ ମଣିଷଟିଏ ମଧ୍ୟ l ଅଂଚଳ ର ବିକାଶ ପାଇଁ ସେ ସର୍ବଦା କାର୍ଯ୍ୟ କରୁଛନ୍ତି ଗରିବ ଲୋକେ ଯେପରିସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହେବେ ତାହାହିଁ ମୂଳ ଲକ୍ଷ୍ୟ ତାଙ୍କର l
ଏଣୁ ତାଙ୍କର ଏହି ମହାନତା ପାଇଁ ବିଭିନ୍ନ ଆଡୁ ପ୍ରଶଂସା ର ସୁଅ ଛୁଟିଛି l

ରବିବାର ଡାକ୍ତର ଖାନା ପରିସରରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତୀଥି ଭାବେ ଯୋଗ ଦେଇଏହି ନୂତନ ଆମ୍ବୁଲାନ୍ସ ସେବା ର ଶୁଭ ଉଦଘାଟନ କରି ଥିଲେ l ଅନ୍ୟ ମାନଙ୍କମଧ୍ୟରେ ଉପଜିଲାପାଳ ଦୁଖଃବନ୍ଧୁ ନାୟକ, ପୋଲିସ ଏସ୍ଡ଼ିପିଓ ଜି. ରାଘବେନ୍ଦ୍ର, ଏନ ଏ ସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ମେଡିକାଲ ଅଫିସର, ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତଥିଲେ l
ମୁଖ୍ୟ ମନ୍ତ୍ରୀ ଙ୍କ ନୀତି ଆଦର୍ଶ ଓ କନ୍ଧମାଳ ସାଂସଦ ଙ୍କ ଉସଃର୍ଗିକୃତ ସେବା ମନୋଭାବ ରେ ଅନୁପ୍ରାଣିତହୋଇଥିବା ଟୁନା ଦାଶ କହିଛନ୍ତିl

Leave a comment

Your email address will not be published. Required fields are marked *