#Breaking News

କନ୍ଧମାଳ : କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଗୋଛାପଡା ପୁଲିସ ଜଣେ ଗଞ୍ଜେଇ ମାଫିଆକୁ ଧରିବାରେ ସଫଳ ହୋଇଛି I ଏହାସହ ଏକ କାରରେ ଭର୍ତ୍ତି ହୋଇଥିବା ପ୍ରାୟ ୫୪ କିଲୋ ଗଞ୍ଜେଇକୁ ମଧ୍ୟ ଜବତ କରିଛି ପୁଲିସ I ଗିରଫ ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା ବରଗଡ଼ ଥାନା ଖଜୁରୀଟିକ୍ରା ଗାଁ ପ୍ରଶାନ୍ତ ସାହୁ ଓରଫ (ଆଦିତ୍ୟ) ବୋଲି ଜଣାପଡିଛି I ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ତାଙ୍କ ଟିମ ସହ ପାଟ୍ରୋଲିଂ କରୁଥିବା ସମୟରେ ଗୋଛାପଡା ଥାନା କଟ୍ରିଙ୍ଗିଆ ଗାଁ ନିକଟସ୍ଥ ମାଟିଘାଟି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାରଟିକୁ ଅଟକାଇ ଯାଞ୍ଚ କରିଥିଲେ I କାରଟିକୁ ଯାଞ୍ଚ କଲା ସମୟରେ ସେଥିରୁ ୫୪ କିଲୋ ଗଞ୍ଜେଇ ବାହାରି ଥିଲା I ଏହି ଘଟଣା ସଂକ୍ରାନ୍ତରେ ଗୋଛାପଡା ଥାନାରେ ଏକ ମାମଲା ରୁଜୁକରି ସମସ୍ତ ଗଞ୍ଜେଇ ଜବତ ସହ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି I

Leave a comment

Your email address will not be published. Required fields are marked *