#Breaking News

ଶଙ୍କରାଖୋଲ ଗଜଳକ୍ଷ୍ମୀ ପୂଜା ଅବସର ରେ ନାଟକ” ଦୁଃଖ ଦେଇ ଗଲା ଦରଦୀ ବନ୍ଧୁ” ମଞ୍ଚସ୍ଥ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା ଅବସରରେ ପୂଜା କମିଟି ପକ୍ଷରୁ ଲୋକଙ୍କ ମନୋରଞ୍ଜନ ପାଇଁ ” ଦୁଃଖ ଦେଇଗଲା ଦରଦୀ ବନ୍ଧୁ “ନାଟକ ପରିବେଷଣ କରାଯାଇଥିଲା l
ଏହି ଅବସର ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାବିଜେପି ମହିଳା ମୋର୍ଚା ସଭାନେତ୍ରୀ ତଥା ଫୁଲବାଣୀ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନାଟକର ଶୁଭଉଦ୍ଘାଟନ କରିବା ସହ ନାଟକ ଲୋକଙ୍କୁ ଭରପୁର ମନୋରଞ୍ଜନ ର ଖୋରାକ ଯୋଗାଇବାସହ ସମାଜ ରେ ସଂସ୍କାର ଆଣିବାସହ ସଚେତନତା ସୃଷ୍ଟିକରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ l ଅଜିକାଲି ଟେଲିଭିଜନ ଯୁଗରେଡ୍ରାମା ଓ ନାଟକ ପ୍ରତି ଦିନକୁ ଦିନ ଲୋକମାନଙ୍କ ରୁଚି କମିଯାଉଛି ଯାହାକି ଉଦବେଗ ଜନକ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି କହିଥିଲେ l
ସେହିପରି ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ତଥା ପୂର୍ବତନ ଜିଲାପରିଷଦ ଉପାଧ୍ୟକ୍ଷ ରାମବିଶି ଡିଗାଲ ପ୍ରମୁଖ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷସାମ୍ବାଦିକ, ନାଟ୍ୟପ୍ରେମୀ, ସ୍ବେଛାସେବୀ ଉପସ୍ଥିତ ଥିଲେ l
ସୂଚନାଯୋଗ୍ୟ ଯେ, ଶଙ୍କରାଖୋଲ ଗଜଲକ୍ଷ୍ମୀ ପୂଜା କମିଟି ପ୍ରତିବର୍ଷ ଜିଲାରେ କଳା ସଂସ୍କୃତି ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି l

Leave a comment

Your email address will not be published. Required fields are marked *