#Breaking News

କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ

ଫୁଲବାଣୀ 🙁 ସୁନୀଲ ପଟନାୟକ )
ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା କୁ ଲୋକ ଲୋଚନ କୁ ଆଣିବା ପାଇଁ ରାଜ୍ୟ
ସରକାରଙ୍କ ନିର୍ଦ୍ଦେଶରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୨୨ ପାଳନ ନିମନ୍ତେ ୧୮/୧୦/୨୦୨୨ ଠାରୁ ୨୨ /୧୦/୨୨ ମଧ୍ୟରେ ସମଗ୍ର ରାଜ୍ୟରେ ଯେ କୌଣସି ଗୋଟିଏ ଦିନ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି l ସେହି ଅନୁସାରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌର ପରିଷଦରେ ଦୁଇଟି କ୍ଲଷ୍ଟର ଲେବେଲ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଏଯେଓ ହାଇସ୍କୁଲ କ୍ଲଷ୍ଟରରେ ସି ଆର ସି ସି ସରିତା ମହାରଣାଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଂହର ଯୋଗ ଦେଇ ଶିଶୁ ଓ ଦିବ୍ୟାଙ୍ଗ ମାନେ କିପରି ବହୁ ସଂଖ୍ୟାରେ ବିଦ୍ୟାଳୟକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେ ନେଇ ଶିକ୍ଷକ ଶିକ୍ଷୟତ୍ରୀ ଅବିଭାବକ ମାନେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ l ସେହିପରି ବିଇଓ ରଞ୍ଜନ କଂହର, ଫିରିଙ୍ଗିଆ ବି ଇ ଓ ଅଶୋକ ମିଶ୍ର,ଏ ବି ଇ ଓ ଅମୁଲ୍ୟ ଜେନା ପ୍ରମୂଖ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏ ଯେ ଓ କ୍ଲଷ୍ଟରର ୪୦ ରୁ ଅଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ସହିତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ l
ଛାତ୍ରୀ ଙ୍କ ମଧ୍ୟରେ ମୋଟ ୧୮ ଟି ପ୍ରତିଯୋଗିତା ହୋଇଥିଲା l ଉକ୍ତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନେ ବ୍ଲକ ଲେବଲ ସୁରଭି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସି ଆର ସି ସି ସରିତା ମହାରଣା କହିଛନ୍ତି l

Leave a comment

Your email address will not be published. Required fields are marked *