#Breaking News

ବାଲିଗୁଡା ରେ ନୂତନ ଉପଜିଲାପାଳ ଭାବେ ଆଇ ଏ ଏସ. ମଧୁସ୍ମିତା ଙ୍କ ଦାଇତ୍ୱ ଗ୍ରହଣ


କନ୍ଧମାଳ ଜିଲ୍ଲା ବାଲିଗୁଡା ନୂତନ ଉପଜିଲାପାଳ ଭାବେ ଆଇ, ଏ. ଏସ ମଧୁସ୍ମିତା ଶୁକ୍ରବାର ଦାଇତ୍ୱ ଗ୍ରହଣ କରିଛନ୍ତି lମଧୁସ୍ମିତା ଆଇ ଏ ଏସ ତାଲିମ ପାଇବା ପରେ ପ୍ରଥମ ଥର ପାଇଁ ବାଲି ଗୁଡା ଉପ -ଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି l ସେ
ଗ୍ରାମାଞ୍ଚଳ ର ଉନ୍ନତି ପାଇଁ ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି l
ଏଥି ପୂର୍ବରୁ ଥିବା ଉପଜିଲାପାଳ ଦୁଖବନ୍ଧୁ ନାୟକ ଙ୍କ ଅନ୍ୟତ୍ର ବଦଳି ହୋଇଛନ୍ତି lଦୁଃଖ ବନ୍ଧୁ ନାୟକ ଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି l
ଦୁଖବନ୍ଧୁ କମ ଦିନ ଦାଇତ୍ୱ ରେ ଥିଲେ ବି ବାଲିଗୁଡା ଭଳି ମାଓ ଅଧୁସିତ ଉପଖଣ୍ଡ ଅଂଚଳ ରେ ଶାନ୍ତି ଶୃଙ୍ଖଳା ରକ୍ଷା, ଓ ଉନ୍ନୟନ ମୂଳକ କାର୍ଯ୍ୟ କରି ବେଶ ପ୍ରଶଂସନୀୟ ହୋଇଥିଲେ l
ସେହିପରି ପଂଚାୟତ ଓ ପୌର ନିର୍ବାଚନ କୁ ମଧ୍ୟ ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା କରିଥିଲେ ଦୁଖବନ୍ଧl
ତାଙ୍କର ବଦଳି ପରେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ବିଦାୟ ସମ୍ବର୍ଧନା ଜଣାଇବା ସହ ନୂତନ ଉପଜିଲ୍ଲା ପାଳ ମଧୁସ୍ମିତା ଙ୍କୁ ଫୁଲ ତୋଡ଼ା ଦେଇ ସ୍ଵାଗତଜଣାଇଥିଲେ l

Leave a comment

Your email address will not be published. Required fields are marked *