#Breaking News

ଫୁଲବାଣୀ ରେ ସପ୍ତମ ଆୟୁର୍ବେଦ ଦିବସ


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଆୟୁର୍ବେଦ ମେଡିକାଲ ଅଫିସର ଙ୍କ ଦ୍ୱାରା ଫୁଲବାଣୀ ଠାରେ ସପ୍ତମ ଆୟୁର୍ବେଦ ଦିବସ ପାଳିତ ହୋଇଥିଲା l
ଏହି ଅବସରରେ ଆୟୋଜିତ ସଭାରେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀ ଓ ଏହାର ଉପକାରିତା ସମ୍ପର୍କରେ ଘରେ ଘରେ ପହଂଚାଇବା ପାଇଁ ଏ ବର୍ଷ “ହର ଦିନ ହର ଘର ଆୟୁର୍ବେଦ ‘ଥିମ ସହ ପାଳନ କରାଯାଉଥିବା ପୌରଧ୍ୟକ୍ଷା ଶ୍ରୀମତୀ ମହାନ୍ତି କହିବା ସହ ପ୍ରାଚୀନ କାଳରୁ ଆୟୁର୍ବେଦ ଔଷଧ ଚାଲିଆସl ଭଗବାନ ଧ୍ୱନ ନ୍ତରୀ ଙ୍କୁ ଭଗବାନ ଙ୍କ ବୈଦ୍ୟ କୁହାଯାଏ ଓ ସେ ଆୟୁର୍ବେଦ ର ପିତା ସଦୃଶ୍ୟ l ଏଣୁ ଧନ୍ଵନ୍ତରୀ ଜୟନ୍ତୀ ରେ ଆୟୁର୍ବେଦ ଦିବସ ପାଳନ କରାଯାଉଛି ବୋଲି କହିଥିଲେ ମୁଖ୍ୟ ଅତିଥି ସ୍ମିତା l
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଫିସର ଓ ଡାକ୍ତର, କର୍ମଚାରି ବୁଦ୍ଧିଜୀବି ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *