#Breaking News

ବନ୍ଧଗଡ଼ ଠାରେ ସରପଞ୍ଚ ତାଲିମ ଶିବିର


ଫୁଲବାଣୀ -(ସୁନୀଲ ପଟନାୟକ )
ରବିବାର କନ୍ଧମାଳ ଜିଲ୍ଲା ବନ୍ଧଗଡ ସ୍ଥିତ ଅଗ୍ରଣି ସ୍ବେଛସେଵୀ ସଂଗଠନ ସ୍ଵାତି ପକ୍ଷରୁ ନିର୍ବାଚିତ ସରପଞ୍ଚ ମାନଙ୍କୁ ତାଲିମପ୍ରଦାନକରାଯାଇଥିଲା lସେମାନଙ୍କୁ ରାଜ୍ୟ ତଥା କେନ୍ଦ୍ର ସରକାରକଂ ବିଭିନ୍ନ ଯୋଜନା
କାର୍ଯ୍ୟକାରୀ କରିବା ପାଇଁ ଆସୁଥିବା ଅର୍ଥ ଅନୁଦାନ ଓ ତାର ସଦବିନି ଯୋଗ ସମ୍ପର୍କରେ ତାଲିମ ପ୍ରଦାନକରାଯାଇଥିଲା l ଏହି ଅବସର ରେ ମୁଖ୍ୟ ଅତୀଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର
ଯୋଗ ଦେଇ ସରପଞ୍ଚ ମାନେ ନିଷ୍ଠା, ଆନ୍ତରିକତା ଓ ସଚୋଟତା ର ସହ କାର୍ଯ୍ୟ କରି ପଂଚାୟତ ବାସୀଙ୍କ ପାଖରେ ଯେପରି ପ୍ରିୟ ଭାଜନ ହୋଇପାରିବେ ସେଥିପ୍ରତି ଧ୍ୟାନ ଦେବାଲାଗି ପରାମର୍ଶ ଦେଇଥିଲେ l
ସେହିପରି ସ୍ଵାତି ସଂଗଠନ ର ସମ୍ପାଦକ ଇଂ. ହରି ଶଙ୍କର ରାଉତ, ବୈଦ୍ୟ ନାଥ ଖଟୁଆ ପ୍ରମୁଖଯୋଗ ଦେଇ ସରପଞ୍ଚ ମାନେ ପଂଚାୟତ ଲୋକଙ୍କ ସମସ୍ୟା ପ୍ରତି ଦ୍ରୁଷ୍ଟି ଦେବା ସହ ନିଶାମୁକ୍ତ କରିବାଲାଗି ପ୍ରୟାସ କରିବାଲାଗି ପରାମର୍ଶ ଦେଇଥିଲେ l
ଏହି ତାଲିମ ଶିବିର ରେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସମସ୍ତ ପଂଚାୟତ ର ସରପଞ୍ଚ ମାନେ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *